ପ୍ରଶାନ୍ତି ଏକ୍ସପ୍ରେସ୍‌ ୨ଦିନ ପରିବର୍ତ୍ତିତ ମାର୍ଗରେ ଚାଲିବ

ଭୁବନେଶ୍ବର : ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଗୁଣ୍ଟୁର-ଗୁଣ୍ଟକଲ୍ ରେଲୱେ ସେକ୍ସନ୍‌ର ଦୋହରୀକରଣ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୬ ଓ ୨୭ରେ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ(୦୮୪୬୩/୦୮୪୬୪) ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ଏହି ଟ୍ରେନ୍ ଉପରୋକ୍ତ ଦିନଗୁଡ଼ିକରେ ବିଜୟୱାଡା-ଗୁଣ୍ଟୁର-ନନ୍ଦିଆଲ୍-ଗୁଣ୍ଟକଲ୍ ମାର୍ଗ ପରିବର୍ତ୍ତେ ଗୁଣ୍ଟୁର-ପାଗିଡିପାଲ୍ଲି-କାଚେଗୁଡା-ଧୋନ୍ ଷ୍ଟେସନ୍ ମାର୍ଗ ହୋଇ ଚଳାଚଳ କରିବ।

ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୩ଟି ଟ୍ରେନ ପରିବର୍ତ୍ତିତ ସମୟ ସାରଣୀରେ ଚଳାଚଳ କରିବ। ପୁରୀ-ସୁରଟ ବିଶେଷ ଟ୍ରେନ(୦୨୮୨୭) ପୁରୀରୁ ସେପ୍ଟେମ୍ବର ୨୬ରୁ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ୪ଟି ଷ୍ଟେସନଠାରେ ସଂଶୋଧିତ ସମୟ ସାରଣୀରେ ଚାଲିବ।

ଭୁବନେଶ୍ୱର-ଏଲଟିଟି ବିଶେଷ ଟ୍ରେନ(୦୨୮୮୦) ଭୁବନେଶ୍ୱରରୁ ସେପ୍ଟେମ୍ବର ୨୭ରୁ ଏବଂ ପୁରୀ-ଏଲଟିଟି ବିଶେଷ ଟ୍ରେନ(୦୨୮୬୬) ପୁରୀରୁ ସେପ୍ଟେମ୍ବର ୨୮ରୁ ଝାରସୁଗୁଡା ରୋଡ଼ଠାରେ ଅପରାହ୍ନ ୧ଟା ୩୦ରେ ପହଞ୍ଚି ଅପରାହ୍ନ ୧ଟା ୩୫ରେ ଛାଡ଼ିବ। ପୁରୀ-ଭଲସାଡ ବିଶେଷ ଟ୍ରେନ(୦୯୨୧୦) ପୁରୀରୁ ସେପ୍ଟେମ୍ବର ୧୯ରୁ ସୁରଟଠାରେ ପୂର୍ବାହ୍ନ ୧୦ଟା ୫୭ରେ ପହଞ୍ଚି ପୂର୍ବାହ୍ନ ୧୨ଟା ୨ରେ ଛାଡ଼ିବ। ଏହା ଭଲସାଡ୍‌ ଷ୍ଟେସନରେ ଏହାର ପୂର୍ବ ନିର୍ଧାରିତ ସମୟ ମଧ୍ୟାହ୍ନ ୧୨ଟା ପରିବର୍ତ୍ତେ ୧୨ଟା ୧୦ରେ ପହଞ୍ଚିବ। ଭୁବନେଶ୍ୱର-ଭଦ୍ରକ ବିଶେଷ ଟ୍ରେନ ପୁନଃ ଚଳାଚଳ କରିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ(୦୮୪୧୨/୦୮୪୧୧) ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୨୩ରୁ ପରବର୍ତୀ ଉପଦେଶ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର