ଫେସବୁକରେ ନନା କହିଲେ ହୃଦୟର କଥା, ଜାଣନ୍ତୁ କ’ଣ ତାଙ୍କର ଶେଷ ଇଚ୍ଛା !

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଫ୍ରିକୀୟ ରାଷ୍ଟ୍ର ଭ୍ରମଣ ପରେ ଏବେ ନିଜ ନିର୍ବାଚନମଣ୍ଡଳୀ ବାଲେଶ୍ୱର ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ | ତେବେ ଏହି ସମୟରେ ନିଜ ମୃତ୍ୟୁ ପୂର୍ବରୁ ଶେଷ ଇଚ୍ଛା ବାବଦରେ କହିଛନ୍ତି ନନା | ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦକୁ ନେଇ ଦିବଂଗତ ସୁଷମା ସ୍ୱରାଜ ଆତ୍ମସନ୍ତୋଷ ଅନୁଭବ କରିଥିଲେ | ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ | ଏହି ଦିନ ଦେଖିବାକୁ ସେ ସାରା ଜୀବନ ଅପେକ୍ଷା କରିଥିଲେ ବୋଲି ଶେଷ ଟ୍ୱିଟ ପୋଷ୍ଟ କରିଥିଲେ |

ନନା ବି ଚାହିଁଛନ୍ତି ଯେ କିଭଳି ଶେଷ ନିଶ୍ବାସ ତ୍ୟାଗ ପୂର୍ବରୁ ପାକ୍ ଅଧିକୃତ କାଶ୍ମୀର ଏବଂ ଅକ୍ସାଇ ଚୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଉ | ଜଳେଶ୍ୱରରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରତାପ ଏହି କଥା କହିଛନ୍ତି |

ନିଜ ଫେସବୁକରେ ନନା ଉଲ୍ଲେଖ କରିଛନ୍ତି ଯେ ‘ସୁଷମା ସ୍ୱରାଜଙ୍କ ଭଳି ଭଗବାନ ମୋତେ ମଧ୍ୟ ସେହି ସୌଭାଗ୍ୟ ଦିଅନ୍ତୁ ଅନ୍ତତଃ ପକ୍ଷେ ଶେଷ ନିଶ୍ବାସ ତ୍ୟାଗ ପୂର୍ବରୁ ପାକ୍ ଅଧିକୃତ କାଶ୍ମୀର ଏବଂ ଅକ୍ସାଇ ଚିନ୍ ମୋଦିଜି ଏବଂ ଶାହାଜୀଙ୍କ ନେତୃତ୍ବରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଉ ।’

ସମ୍ବନ୍ଧିତ ଖବର