ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ନମୁନା ନେଗେଟିଭ ବାହାରିଛି । ତାଙ୍କର ସମସ୍ତ କର୍ମଚାରୀଙ୍କ ନମୁନା ମଧ୍ୟ ନେଗେଟିଭ ବାହାରିଛି । ଏ ନେଇ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଏବେ ସୁସ୍ଥ ଥିବା ଜଣାଇଛନ୍ତି ।
ତିନିଦିନ ପୂର୍ବରେ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମିତ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂଗରୋଧରେ ରହିଥିଲେ । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ କ୍ୱାରାଣ୍ଟାଇନରେ ରହିଥିବା ସେ ଟ୍ଵିଟ କରି ଜଣାଇଥିଲେ ।
I am glad to share that by divine grace and by all your blessings the results of the #COVID19 test of mine and all my team here in Delhi is found negative.
I continue to be in good health. Thank you all for your concern during my period of isolation at my Government residence .— Pratap Sarangi (@pcsarangi) July 9, 2020
ଗତ ୪ ତାରିଖରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁଇ ନେତା ବାଲେଶ୍ବର ଓ ନୀଳଗିରିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ବିଧାୟକ ଶ୍ରୀ ନାୟକଙ୍କ କରୋନା ପଜିଟିଭ୍ ବାହାରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଗୃହ ସଙ୍ଗରୋଧରେ ରହି ଏମ୍ସରେ ପରୀକ୍ଷା କରାଇଥିଲେ। ଆଜି ରିପୋର୍ଟ ଜଣାପଡ଼ିବା ପରେ ଷଡ଼ଙ୍ଗୀଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି।