ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଦ୍ଵିତୀୟ ଦିନ ଟ୍ରେଣ୍ଡରେ ବିଜୁ ଜନତା ଦଳ ବିଜେପି ଓ କଂଗ୍ରେସଠାରୁ ଢ଼େର ଆଗରେ ରହିଛି। ସମୁଦାୟ ୮୫୧ ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୪୭୨ଟି ଜୋ୍ନର ଫଳାଫଳ ଟ୍ରେଣ୍ଡ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ବିଜେଡି ୪୦୯ଟିରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୪୦ଟି ଜୋନରେ ଆଗୁଆ ରହିଛି। ସେହିଭଳି କଂଗ୍ରେସ ଦଳ ମାତ୍ର ୧୯ଟିରେ ଆଗୁଆ ରହିଛି ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୪ଟି ଜୋନରେ ଆଗୁଆ ରହିଛନ୍ତି। ତେବେ ବିଜେପି ପଛରେ ପଡିବା ଓ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବିଜେପିର ହେଭିୱେଟ ନେତା ଦେଖା ନ ମିଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି |
ବିଶେଷ କରି ରାଜ୍ୟ ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ନିଜକୁ ସାମିଲ ନ କରିବା ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଛି | ତେବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ସରକାରୀ ଦଳ ଅର୍ଥ ବଳରେ ଜିତୁଛି |
ଟଙ୍କା ଦେଇ ଭୋଟ କିଣାଯାଉଛି ଓ ସ୍ୱାଧୀନ ଭାବେ ମତଦାନ ପାଇଁ ସୁଯୋଗ ଦିଆଗଲାନାହିଁ | ସଂସଦ ଅଧିବେଶନ ଯୋଗୁଁ ନେତାମାନେ ସମୟ ଦେଇପାରିଲେ ନାହିଁ | ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ପ୍ରଭାରୀ ଥିବାରୁ ଓ ଉତ୍ତରପ୍ରଦେଶରେ ଭୋଟ ବ୍ୟସ୍ତତା ଯୋଗୁଁ ସମୟ ଦେଇପାରିନାହାନ୍ତି |
ପୁଣି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ଜନାଦେଶକୁ ଆମେ ସମ୍ମାନ କରୁଛୁ, ଯେଉଁଥିରେ ଟ୍ରେଣ୍ଡ ବିଜେଡି ସପକ୍ଷରେ ଯାଉଛି । ଯଦିଓ ଆମର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ ହେଲେ ସାରା ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏହା ଗଣତନ୍ତ୍ରର ଉପହାସ କରିବା ଭଳି ଲାଗୁଛି । ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ନିଜ କ୍ଷମତାର ଅପବ୍ୟବହାର କରିଛି । ଯାହାର ଫଳାଫଳ ସମସ୍ତଙ୍କ ଆଗରେ । ବାସ୍ତବରେ ଏହା ଜନାଦେଶ ନୁହେଁ ଧନାଦେଶ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Dharmendra-Pratap.jpg)