ଭୁବନେଶ୍ବର : ଆହ୍ଲାବାଦ ବ୍ୟାଙ୍କର ମ୍ୟାନେଜର ପ୍ରତାପରୁଦ୍ର ଦାସଙ୍କର ସୋମବାର ରାତି ୩ଟାରେ କଟକ ଯୋବ୍ରାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ କିଛିଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ମାଆ, ସହଧର୍ମିଣୀ ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ଶୁଭଦା ମହାନ୍ତି, ଏକମାତ୍ର ପୁଅ ଓ ବୋହୂଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ପ୍ରତାପରୁଦ୍ରଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ବର୍ଗତ ଦାସ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ବାଙ୍ଗାଲୋରରେ ରହୁଥିବା ତାଙ୍କର ଝିଅ ଓ ଜ୍ବାଇଁ ଆସିବା ପରେ ସଂଧ୍ୟାରେ କଟକ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ସୁଦୀପ ଦାସ ମୁଖ୍ୟାଗ୍ନି ଦେଇଥିଲେ।
ପ୍ରତାପରୁଦ୍ର ଦାସ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହପାଠୀ ଥିଲେ। ସ୍ବର୍ଗତ ଦାସ ହେଉଛନ୍ତି ପ୍ରଫେସର ପ୍ରସନ୍ନ କୁମାର ଦାସଙ୍କର ଜ୍ୟେଷ୍ଠପୁତ୍ର ଓ ଅବସରପ୍ରାପ୍ତ ପ୍ରଶାସକ ନିତାଇ ଚରଣ ମହାନ୍ତିଙ୍କର ଭାଣିଜୀ ଜ୍ବାଇଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/pratap-aaa.jpg)