ପ୍ରତିଭା ତ୍ରିପାଠୀଙ୍କ ପରଲୋକ

କଟକ : ଓଡ଼ିଶାର ଲୋକପ୍ରିୟ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ବ ବିହାରୀ’ର ସ୍ରଷ୍ଟା ସ୍ବର୍ଗତ ରାମକୃଷ୍ଣ ନନ୍ଦଙ୍କ ଜ୍ୟେଷ୍ଠା କନ୍ୟା ପ୍ରତିଭା ତ୍ରିପାଠୀ(୮୮)ଙ୍କର କଟକ ମହାନ୍ତିପଡ଼ା, କାମ୍ପ୍‌ଲାସ୍ଥିତ ବାସଭବନରେ ଗତ ୨୬ ତାରିଖରେ ପରଲୋକ ହୋଇଯାଇଛି। ତାଙ୍କର ସ୍ବାମୀ ବିଶିଷ୍ଟ ଶିକ୍ଷାବିତ୍‌ ଓ ଲେଖକ ସ୍ବର୍ଗତ ବାସୁଦେବ ତ୍ରିପାଠୀଙ୍କର ୨୦୦୪ରେ ବିୟୋଗ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ପ୍ରିୟକୁମାର ଭାରତ ଭୂଷଣ, ‘ସମ୍ବାଦ’ର ପୂର୍ବତନ ଅଧିକାରୀ ବିନୟ ଭୂଷଣ, କବି ଭୂଷଣ, ମନୋଜ ଓ ପ୍ରଦୋଷ ତଥା ପୁତ୍ରବଧୂମାନେ ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ସତୀଚଉରାସ୍ଥିତ ଶ୍ମଶାନରେ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ପ୍ରିୟ କୁମାର ମୁଖାଗ୍ନି ଦେଇଥିଲେ।

ତାଙ୍କର ମୃତ୍ୟୁ ଖବର ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର