ପ୍ରତିମାଙ୍କୁ ମିଳୁନି ବିଧବା ଭତ୍ତା, ମୁଣ୍ଡ ଉପରେ ବୋଝ ୭ମାସର ଶିଶୁକନ୍ୟା-ବୃଦ୍ଧା ଶାଶୁ

ବୈପାରିଗୁଡା: ପ୍ରତିମା ବଡପଡିଆ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ରେଙ୍ଗାଲଗୁଡାରେ ଘର। ଗତ ଜୁଲାଇ ମାସରେ ପ୍ରତିମାର ସ୍ବାମୀ ପ୍ରଭୁ ବଡପଡିଆର ମୃତ୍ୟୁ ହୋଇଥିବା ପରେ ଅସହାୟ ଅବସ୍ଥାରେ ଦିନ କାଟୁଛି। ଘରେ ରୋଜଗାରକ୍ଷମ ବ୍ୟକ୍ତି କେହି ନଥିବାରୁ ପେଟ ପାଇଁ ଦାନା ଯୋଗାଡ଼ କରିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ପୁଣି କୋଳରେ ସାତ ମାସର ଝିଅ ଏବଂ ବୃଦ୍ଧା ଶାଶୁ। ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା କାଠିକର ପାଠ ହୋଇପଡିଛି।

ବିଧବା ଭତ୍ତା ପାଇଁ ଦରଖାସ୍ତ କରିବା ପରେ ବି ତାଙ୍କର କଥା ଏଯାଏ ବିଚାରକୁ ନିଆଯାଇ ନଥିବା ପ୍ରତିମା ପ୍ରକାଶ କରିଛି। ଏହାରି ମଧ୍ୟରେ ସେ ସ୍ଥାନୀୟ ରାଜନେତାଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ମଧ୍ୟ କାକୁତିମିନତି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଦୁଃଖକୁ କେହି ଶୁଣିନାହାନ୍ତି।

ଅନ୍ୟପଟରେ  ଛୋଟ ଛୁଆଟିକୁ ଛାଡି ଦେଇ କାମ କରିବା ପାଇଁ ବାହାରକୁ ଯାଇ ପାରୁନଥିବାରୁ ଶାଶୁ ବାଧ୍ୟ ହୋଇ କାମ କରିବା ପାଇଁ ଯାଇଥାନ୍ତି। କିନ୍ତୁ ପ୍ରତିଦିନ କାମ ମିଳିବା ସମ୍ଭବ ନଥିବାରୁ ଦିନେ ଦିନେ ଚୁଲି ଜଳୁ ନାହିଁ। ବିଧବା ଭତ୍ତା ମଂଜୁର କରିବା ପାଇଁ ସେ ଆକୁଳ ନିବେଦନ କରିଛନ୍ତି। ଏହାଛଡ଼ା ଜାତୀୟ ପରିବାର ମଙ୍ଗଳ ଯୋଜନାରେ ପ୍ରତିମାଙ୍କ ନାମ ସାମିଲ କରାଯାଇ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର