ଜାତୀୟ ବିଜ୍ଞାନ ମେଳାକୁ ଉନ୍ନୀତ ହେଲା ଜୟପୁରର ପ୍ରତ୍ୟୁଷ ମହାପାତ୍ରଙ୍କ ପ୍ରକଳ୍ପ

ଜୟପୁର: ଏସସିଇଆରଟି ଦ୍ବାରା କଟକରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ଜୟପୁର ଆରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପ୍ରତ୍ୟୁଷ ମହାପାତ୍ରଙ୍କ ପ୍ରକଳ୍ପ ଜାତୀୟସ୍ତରକୁ ଉନ୍ନୀତ ହୋଇଛି। ରାଜ୍ୟସ୍ତରରେ ତାଙ୍କୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ବିଧାୟକ ମହମ୍ମଦ ମୋକିମ୍ ଆଦି ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟୁଷଙ୍କୁ ସମ୍ବର୍ନ୍ଧିତ କରିଛନ୍ତି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫୫ଟି ପ୍ରକଳ୍ପ ଭାଗ ନେଇଥିଲେ। ଏଥିରୁ ୬ଟି ପ୍ରକଳ୍ପ ଓଡିଶାର ପ୍ରତିନିଧିତ୍ବ ଜାତୀୟସ୍ତରରେ କରିବ। ଆସାମର ଗୌହାଟି ଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନମେଳାରେ ଏହି ପ୍ରକଳ୍ପ ଗୁଡିକ ପୁଣି ପ୍ରଦର୍ଶନ ହେବ।

ସେଥିରୁ ଜୟପୁର ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତ୍ୟୁଷଙ୍କୁ ‘‘ଗମନାଗମନ: ଆକ୍ସିଡେଣ୍ଟ ଅଟୋ କଣ୍ଟ୍ରୋଲ ଡିଭାଇସ’’ ପ୍ରକଳ୍ପ ସ୍ଥାନ ପାଇଛି। ରାଜ୍ୟସ୍ତରୀୟ ମେଳାରେ ତାଙ୍କ ଗାଇଡ୍ ଶିକ୍ଷକ ଅନିଲ କୁମାର ଶତପଥୀ ମଧ୍ୟ ଭା‌ଗ ନେଇଥିଲେ। କୋରାପୁଟ ଜିଲ୍ଲାର ଗୋଟିଏ ବିଜ୍ଞାନ ପ୍ରକଳ୍ପ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିବାରୁ ଛାତ୍ର ପ୍ରତ୍ୟୁଷ ଓ ଗାଇଡ୍ ଶିକ୍ଷକ ଶ୍ରୀ ଶତପଥୀଙ୍କୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ପରିଚାଳନା କମିଟିର ଯୁଗ୍ମ ସଂପାଦକ ଆନନ୍ଦ ଚନ୍ଦ୍ର ଓଝା, ଘନଶ୍ୟାମ ମହାପାତ୍ର,  ଅଧ୍ୟାପକ ଡ. ସଦାଶିବ ତ୍ରିପାଠୀ ପ୍ରମୁଖ ଶୁଭେଛା ଞାପନ କରିବା ସହ ଜାତୀୟସ୍ତରରେ ବି ସଫଳ ହେବେ ବୋଲି ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର