ପ୍ରଭାତ ବିଶ୍ୱାଳ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି

କଟକ : ସିସୋର ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଆଇସିୟୁରୁ ବାହାର କରାଯାଇଛି। ତାଙ୍କୁ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରର ଫିଜିଓଥେରାପି ୟୁନିଟ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିିଳିଛି। ଗିରଫ ହେବା ପୂର୍ବରୁ ତାଙ୍କର ମେରୁଦଣ୍ଡରେ ଏକ ଅସ୍ତ୍ରୋପଚାର କରାଯାଇଥିଲା। ସେଥିରୁ ସେ ସାମାନ୍ୟ ଆରୋଗ୍ୟ ହୋଇଥିଲେ ବି ନିୟମିତ ଭାବେ ଫିଜିଓଥେରାପି କରିବାକୁ କୁହାଯାଇଥିଲା। ଏହାଛଡ଼ା ଗୋଡ଼ରେ ମଧ୍ୟ ସମସ୍ୟା ଦେଖା ଦେଇଥିବାରୁ ଅର୍ଥୋପେଡିକ୍‌ ଡାକ୍ତର ତାଙ୍କୁ ଫିଜିଓଥେରାପି ନେବାକୁ ପରାମର୍ଶ ଦେଇଥିଲେ। ସେଥିପାଇଁ ଗତ ୧୮ ତାରିଖଠୁ ସେ ନିୟମିତ ଭାବେ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରକୁ ଫିଜିଓଥେରାପି ନେବାକୁ ଯାଉଥିଲେ। ଏବେ ତାଙ୍କୁ ସ୍ଥାୟୀ ଭାବେ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଅଧୀକ୍ଷକ ଡାକ୍ତର ଶ୍ୟାମା କାନୁନ୍‌ଗୋ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର