ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି ୪ରେ

କଟକ : ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କର ଜାମିନ୍‌ ଆବେଦନ ଉପରେ ହାଇକୋର୍ଟରେ ଆସନ୍ତା ଏପ୍ରିଲ ୪ ତାରିଖରେ ଶୁଣାଣି ହେବ। ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ ସିବିଆଇ ସିସୋର ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଗିରଫ କରିଥିଲା। ପୂର୍ବରୁ ଗତବର୍ଷ ଡିସେମ୍ବର ୧ ତାରିଖରେ ହାଇକୋର୍ଟ ତାଙ୍କ ଜାମିନ୍‌ ଖାରଜ କରିଥିଲେ। ଦୁଇ ମାସ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚାର୍ଜସିଟ୍‌ ଦାଖଲ ପରେ ସେ ପୁଣି ଜାମିନ୍‌ ଆବେଦନ କରିପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଏହାପରେ ଗତ ଜାନୁଆରିରେ ସିବିଆଇ ପ୍ରଭାତଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ପରେ ନିମ୍ନ ଅଦାଲତରେ ପ୍ରଭାତ ଜାମିନ୍‌ ପାଇଁ ଆବେଦନ କରିଥିଲେ ବି ତାହା ଖାରଜ ହୋଇଯାଇଥିଲା। ଏଥର ପୁଣି ଥରେ ସେ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର