ଭୁବନେଶ୍ୱର : ଭାରତୀୟ ଗେଟ୍‌ବଲ ସଂଘ (ଆଇଜିୟୁ)ର ପୂର୍ବତନ ସଭାପତି ପ୍ରଭାତ କୁମାର ମହାନ୍ତିଙ୍କର ଗତ ୨୨ ତାରିଖରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ଅଶ୍ବିନୀ ଆଦିତ୍ୟ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ।

Advertisment

ସ୍ବର୍ଗତଃ ମହାନ୍ତି ଅ‌େନକ ଜନହିତକର କାର୍ଯ୍ୟ କରିବା ସହ ବିଭିନ୍ନ ସଂଗଠନ ‌ସହ ଶେଷ ପର୍ଯ୍ୟନ୍ତ ଜଡ଼ିତ ଥିଲେ। ‌ ଲାୟନ୍ସ କ୍ଲବ, ଭୁବନେଶ୍ବର ଓ ଭୁବନେଶ୍ବର ଲାୟନ୍ସ ଚକ୍ଷୁ ହସ୍‌ପିଟାଲରର ପ୍ରତିଷ୍ଠାତା ସଦସ୍ୟ, ଉତ୍କଳ ଚାମ୍ବର ଅଫ୍‌ କମର୍ସର କାର୍ଯ୍ୟନିର୍ବାହୀ ସଦସ୍ୟ, ‌େଗୗତମନଗର ନାଗରିକ ପରିଷଦର ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ। ଜେଡ୍‌ ଇଷ୍ଟେଟ୍‌ର ନିର୍ମାତା ହିସାବରେ ଖ୍ୟାତିଲାଭ କରିଥିବା ତପନ ମହାନ୍ତି ହେଉଛନ୍ତି ତାଙ୍କର ସାନ ଭାଇ।

କଟକ ଜିଲ୍ଲା ବିରିବାଟି ନିକଟ ନ‌ିମେଇଶାପୁର ଗ୍ରାମର ସ୍ବର୍ଗତ ଲୋତକବିନ୍ଦୁ ମହାନ୍ତି ଓ ହିରାମଣୀ ମହାନ୍ତିଙ୍କର ସେ ବଡ଼ପୁଅ ଥିଲେ। ୧୯୪୫ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।