ଅବସରପ୍ରାପ୍ତ ଯୁଗ୍ମ ଏସ୍‌ଆରସିଙ୍କୁ ପୁନଃନିଯୁକ୍ତି

ଭୁବନେଶ୍ବର : ନିକଟରେ ଅବସର ଗ୍ରହଣ କରିଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆରସି) ପ୍ରଭାତ ରଂଜନ ମହାପାତ୍ରଙ୍କୁ ପୁନଃନିଯୁକ୍ତି ମିଳିଛି। ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ମହାପାତ୍ରଙ୍କୁ ଆଗାମୀ ଦୁଇବର୍ଷ ପାଇଁ ଓଏସ୍‌ଡି ଭାବେ ଖାଲି ପଡ଼ିଥିବା ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର