ନିମାପଡ଼ାରେ ହାରିଲେ ସୁରଙ୍କ ପୁଅ ସହ ବିଜେଡି ପ୍ରାର୍ଥୀ: ଜିତିଲେ ପ୍ରଭାତୀ ପରିଡା

ନିମାପଡା: ଶେଷରେ ବିଜେଡି ସୁପ୍ରିମୋଙ୍କ ସବୁ ରଣନୀତି ନିମାପଡ଼ାରେ ଫେଲ ମାରିଲା | ମୋଦୀଙ୍କ ହାୱା ସହ ସମୀର ଦାଶଙ୍କୁ ଅଣଦେଖା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଛି | ସେହିପରି ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ବି ପରାଜୟର ସମ୍ମୁଖୀନ ହେବାକୁ ପଡିଛି | ମିଳିଥିବା ସୂଚନା ମୁତାବକ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ୪୪୫୮ ଭୋଟରେ ବିଜୟୀ ହୋଇଛନ୍ତି | ପ୍ରଭାତୀ ପରିଡା ୯୫୧୨୬ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଦିଲୀପ କୁମାର ନାୟକ ୯୦୬୬୮ ଭୋଟ ପାଇଛନ୍ତି | ସେହିପରି ସିଦ୍ଧାର୍ଥ ରାଉତରାୟ ୭୦୩୦ ଭୋଟ ପାଇଛନ୍ତି | ଉଲ୍ଲେଖ ଥାଉ କି ବିଜେଡି ପ୍ରାର୍ଥୀଙ୍କ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ରୋଡ଼ ସୋ’ରେ ପ୍ରଚାର କରିଥିଲେ | ହେଲେ ଭୋଟରଙ୍କୁ ଏହା ପ୍ରଭାବିତ କରିପାରିନାହିଁ |

ସମ୍ବନ୍ଧିତ ଖବର