ମାଲକାନଗିରି: ଗଣତନ୍ତ୍ରକୁ ବିରୋଧ କରି ଅସ୍ତ୍ର ଉଠାଇଥିଲା ନକ୍ସଲ ସଂଗଠନ। ବର୍ତ୍ତମାନ ପରିସ୍ଥିତି ଏମିତି ଯେ ନିଜ ଦାବି ପୂରଣ ପାଇଁ ସେହି ଗଣତନ୍ତ୍ରକୁ ବିଶ୍ବାସ କରିବା ଆରମ୍ଭ କରିଛି। ଆଗକୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି କରୁଛି। ଆତ୍ମସମର୍ପଣ ପରେ ସଂଗଠନର ଟପ୍ ନେତା ପ୍ରବୀଣ ଏହା କହିଛନ୍ତି।
ସଂଗଠନ ପାଇଁ ପ୍ରେସ୍ ନୋଟ୍ ଲେଖିବା, ବିଭିନ୍ନ ଲେଖାପଢ଼ା କାମ କରିବାରେ ନିୟୋଜିତ ଥିଲେ ପ୍ରବୀଣ। ତେବେ ମୂଳ ଆଦର୍ଶରୁ ବିଚ୍ୟୁତ ହୋଇଥିବାରୁ ପ୍ରବୀଣ ମୁଖ୍ୟସ୍ରୋତକୁ ଫେରିବା ସହ ସଂଗଠନର ମୁଖା ଖୋଲିଛନ୍ତି। ତାଙ୍କ ଅନୁସାରେ, ପୁଲିସର ଲଗାତାର ଆକ୍ରମଣ ଯୋଗୁଁ ସଂଗଠନ ଛାରଖାର ହୋଇଯାଇଛି। ଶୀର୍ଷ ନେତା ଏକାଠି ହୋଇ ପାରୁନାହାନ୍ତି। ଯଦି ସୁରକ୍ଷାକର୍ମୀଙ୍କ ଅପରେସନ୍ ଜାରି ରହିବ ତେବେ ସଂପୂର୍ଣ୍ଣ ବିଲୋପ ହୋଇଯିବ ସଂଗଠନ। ଏମିତି ପରିସ୍ଥିତିରେ ସଂଗଠନକୁ ବଞ୍ଚାଇ ରଖିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଗକୁ ରାଜନୈତିକ ଦଳ ଗଠନ କରି ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବା ପାଇଁ ସଂଗଠନ ସଜବାଜ ହେଉଛି। ଆଗାମୀ ସାଧାରଣ କିମ୍ବା ପଞ୍ଚାୟତ ନିର୍ବାଚନ ସଂଗଠନ ଲଢ଼ିପାରେ। ଏଥିପାଇଁ ସରକାରଙ୍କ ସହ ପ୍ରଥମେ ସଂଗଠନ ଶାନ୍ତି ଆଲୋଚନା କରିବ। ହିଂସା ପଥ ଛାଡ଼ି ଲୋକଙ୍କ ସହ ଯୋଡ଼ିହେବ। ହିଡ଼ମାର ଗନ୍ମ୍ୟାନ୍ ‘କୋସା’ ଓ ସୁକମାର ତତ୍କାଳୀନ ଜିଲ୍ଲାପାଳଙ୍କୁ ଅପହରଣ କରିଥିବା ‘ମହେଶ’ ମଧ୍ୟ ପାର୍ଟିର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଯଦି ସରକାର ଶାନ୍ତି ଆଲୋଚନା ପାଇଁ ଆଗ୍ରହ ଦେଖାଇବେ ନାହିଁ ତେବେ ସବୁ ଯୋଜନା ଫସର ଫାଟିବ ବୋଲି କହିଛନ୍ତି ପ୍ରବୀଣ।
ସୁରକ୍ଷାକର୍ମୀଙ୍କ ଗୁଳିରେ ଗୋଟିଏ ପରେ ଗୋଟିଏ ଟପ୍ ମାଓନେତା ନିହତ ହେବା ପରେ ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ସ୍ଥିତିକୁ ଆସିଗଲାଣି। ୪ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ୧୬ ଜଣ ଜିଲ୍ଲା କମିଟି ସଦସ୍ୟ ଏହାମଧ୍ୟରେ ପ୍ରାଣ ହରାଇ ସାରିଲେଣି। ତେଣୁ ସଂଗଠନର ସଦସ୍ୟ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲମ୍ବା ଲଢ଼େଇ ସତ୍ତ୍ବେ ଲକ୍ଷ୍ୟ ହାସଲ ହୋଇପାରିଲା ନାହିଁ। ତେଣୁ ରାଜନୈତିକ ଦଳ ଭାବେ ସରକାରଙ୍କୁ ଘେରିବା ସହ ସରକାରଙ୍କ ତ୍ରୁଟି ବିଚ୍ୟୁତିକୁ ଲୋକଙ୍କ ନଜରକୁ ଆଣିବା ଲାଗି ସଂଗଠନ ଏବେ ଚାହୁଛି। ଏହାବ୍ୟତୀତ ସୁକମାର ତତ୍କାଳୀନ ଜିଲ୍ଲାପାଳଙ୍କୁ କାହିଁକି ମହେଶ ଅପହରଣ କରିଥିଲା ତାହାର ବିସ୍ତୃତ ବିବରଣୀ ଦେଇଛନ୍ତି ପ୍ରବୀଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/17/new-asf-2025-07-17-10-34-31.jpg)