ଜଗା ବଳିଆଙ୍କ ଆଶୁ ଆରୋଗ୍ୟ ପାଇଁ ସମୂହ ଦୀପଦାନ

ଜଗତସିଂହପୁର ସଦର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଦଳିତ ଶିଶୁ ଜଗା-ବଳିଆଙ୍କ ଆଶୁ  ଆରୋଗ୍ୟ କାମନା କରି ସମୂହ ଦୀପ ଦାନ ସହ ଶ୍ରୀଜଗନ୍ନାଥ ଓ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ତଥା ରାଜ୍ୟ ଦଳିତ ସେଲ୍‌ର ଆବାହକ ବିଷ୍ଣୁ ଦାସଙ୍କ ଆହ୍ଵାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦାସ ଏ ଅବସରରେ ଜଗା ବଳିଆଙ୍କ ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀ ଦେଇଥିବା ୧କୋଟି ଟଙ୍କାର ସହାୟତା ରାଶିକୁ ଭୂୟସୀ ପ୍ରଶଂସା କରିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ଆଇନଜୀବୀଙ୍କ ସମେତ ଜିଲ୍ଲା ପରିଷଦ ଉପ-ସଭାପତି ଲିଙ୍ଗରାଜ ସ୍ୱାଇଁ, ପର୍ଯ୍ୟବେକ୍ଷକ ସ୍ମିତା ମୂଳିଆ, ରାଜ୍ୟ ବିଜୁ ମହିଳା ଜନତା ଦଳର ସଂପାଦକ ମିନତି ଦାସ, ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ, ବ୍ଳକ ଉପାଧ୍ୟକ୍ଷ ପ୍ରସନ୍ନ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ ପ୍ରମୁଖ ଯୋଗଦେଇ ଥିଲେ ।

ସମ୍ବନ୍ଧିତ ଖବର