ବର୍ଷା ପାଇଁ, ଇନ୍ଦ୍ରପୂଜା

ରିଆମାଳ: ବର୍ଷା ଅଭାବରୁ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ୨୬ ପଞ୍ଚାୟତର ଚାଷୀମାନେ ଏବେ ଚିନ୍ତିତ। ଜମି ଫାଟି ଆଁ କରିଛି। ଧାନଗଛ ଲାଲ ପଡ଼ି ଆସିଥିବା ବେଳେ ଅଦା, ବାଦାମ, ଡାଲି ଜାତୀୟ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ବଡ଼ ବର୍ଷା ନହେଲେ ଚଳିତ ବର୍ଷ ମରୁଡ଼ି ନିଶ୍ଚିତ ବୋଲି ଚାଷୀମାନେ ମତ ଦେଇଛନ୍ତି। ବର୍ଷା ପାଇଁ ଆଜି ରିଆମାଳ ପଞ୍ଚାୟତ ବାବରାକୋଟ ଗ୍ରାମରେ ଇନ୍ଦ୍ରପୂଜା ଆୟୋଜନ ହୋଇଥିଲା। ପୂଜାରେ ପ୍ରଥମେ ଗ୍ରାମ ଦେବୀଙ୍କ ପାଖରୁ ଆଶୀର୍ବାଦ ନେବା ପରେ ଗାଁ ମଣ୍ତପରେ ହୋମକାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜକ ପ୍ରବୀର ଶତପଥୀ, କର୍ତା ଭାବରେ ଟଙ୍କଧର ପ୍ରଧାନ ଓ ରୁକ୍ମିଣୀ ପ୍ରଧାନ କାର୍ଯ୍ୟଭାର ତୁଲାଇଥିଲେ। ଏହାପରେ ବେଙ୍ଗ ବାହାଘର କରାଯାଇ ଗାଁରେ ବେଙ୍ଗୁଲି ଗଡ଼ା ଯାଇଥିଲା। ସେହିପରି ତିମୁର ଗ୍ରାମପୀଠକୁ ଯାଇ ଫେରିବା ପରେ ପୂର୍ଣ୍ଣାହୁତି ପଡ଼ିଥିଲା। ଏଥିରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର