ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କରି ସିଂହଦ୍ବାରରେ ସମୂହ ଦୀପଦାନ

ପୁରୀ : ‘ସମ୍ବାଦ’ର ସଂପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ଛାତ୍ର, ସର୍ବୋପରି ପୁରୀ ‘ସମ୍ବାଦ’ ପରିବାରର ସଦସ୍ୟମାନେ ଶ୍ରୀମନ୍ଦିର ସିଂହଦ୍ବାରରେ ଅଖଣ୍ଡ ଦୀପ ଜାଳିଛନ୍ତି। ଶ୍ରୀପଟ୍ଟନାୟକ ଜଣେ ଛାତ୍ର ବତ୍ସଳ, ପରୋପକାରୀ, ଜ୍ଞାନୀଗୁଣି, ପ୍ରବୀଣ ରାଜନୀତିଜ୍ଞ ହୋଇଥିବା ବେଳେ ସେ ଖୁବଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଆଜି ଅପରାହ୍ଣରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ବରିଷ୍ଠ ଚୁନରା ସେବାୟତ ଡ.ଶରତ ଚନ୍ଦ୍ର ମହାନ୍ତି, ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର, ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି, ହରିବଲ୍ଲଭ ପୁଷ୍ପାଳକ, ଚକ୍ରକୋଟ ବଳରାମ ଖୁଣ୍ଟିଆ, ଛାତ୍ର ସୌମ୍ୟରଂଜନ ପଣ୍ଡା, ହିଂମାଶୁ ଶତପଥୀ, ହିମାଂଶୁ ମିଶ୍ର, ‘ସମ୍ବାଦ’ର ଗଦାଧର ପଣ୍ଡା, ସୁମନ୍ତ ପରିଡ଼ା, ଶ୍ୟାମକାହ୍ନା ପଟ୍ଟନାୟକ, ସନ୍ତୋଷ ସାହୁ, ସନ୍ତୋଷ ବରାଳ, ହରିହର ମହାନ୍ତି, କନକ ନିଉଜ୍‌ର ସୀମାଞ୍ଚଳ ପାଢ଼ୀ, ସୁକାନ୍ତ ସ୍ବାଇଁ, ପବିତ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସମୂହ ଦୀପଦାନ କରି ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧିତ ଖବର