ପ୍ରି-ମାଟ୍ରିକ୍‌ ବକେୟା ୩୧ଲକ୍ଷ ବୃତ୍ତି ଅନୁମୋଦିତ

ଭୁବନେଶ୍ବର : ରାଜ୍ୟର ୩୪୬ଟି ସ୍କୁଲର ୩୧ ଲକ୍ଷ ୭୦ ହଜାର ୭୦ ଅନୁସୂଚିତ ଜାତି ବିଦ୍ୟାର୍ଥୀଙ୍କ ପାଇଁ ୨୦୨୧ ମସିହାର ପ୍ରି-ମାଟ୍ରିକ ସ୍କଲାରସିପ୍‌ ବାବଦରେ ୩୧ ଲକ୍ଷ ୭୦ ହଜାର ୭୦ ଟଙ୍କାର ବକେୟା ରାଶି ଅନୁମୋଦିତ ହୋଇଛି। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏଥିରେ ଅନୁଗୁଳ ଜିଲ୍ଲାର ୪ ସ୍କୁଲକୁ ୧୮ ହଜାର ୮୪୦, ବାଲେଶ୍ବରର ୫ ଜିଲ୍ଲାକୁ ୩୪ ହଜାର ୯୮୦, ବରଗଡ଼ ଜିଲ୍ଲାର ୧୭ ସ୍କୁଲକୁ ୫୧ ହଜାର ୦୬୦, ଭଦ୍ରକ ଜିଲ୍ଲାର ୮ ସ୍କୁଲକୁ ୪୬ ହଜାର ୯୨୦, ବଲାଙ୍ଗୀର ଜିଲ୍ଲାର ୬୯ ସ୍କୁଲକୁ ୨ ଲକ୍ଷ ୮୩ ହଜାର ୭୪୦, ବୌଦ୍ଧ ଜିଲ୍ଲାର ୨ ସ୍କୁଲକୁ ୨୦ ହଜାର ୮୨୦, କଟକର ୯ ସ୍କୁଲକୁ ୩୬ ହଜାର ୭୮୦, ଦେବଗଡ଼ର ୪ ସ୍କୁଲକୁ ୧ ଲକ୍ଷ ୮୫୦୦, ଢେଙ୍କାନା​ଳର ୬୩ ସ୍କୁଲକୁ ୨ ଲକ୍ଷ ୨୮ ହଜାର ୪୨୦, ଗଜପତିର ୨୦ ସ୍କୁଲକୁ ୪୩ ହଜାର ୩୧୦, ଗଞ୍ଜାମର ୯୫ ସ୍କୁଲକୁ ୬ ଲକ୍ଷ ୧୬ ହଜାର ୮୫୦, ଜଗତସିଂହପୁରର ୫ ସ୍କୁଲର ୨୬ ହଜାର ୬୪୦, ଯାଜପୁରର ୧୧ ସ୍କୁଲକୁ ୬୧ ହଜାର ୩୮୦, ଝାରସୁଗୁଡ଼ାର ୭ ସ୍କୁଲକୁ ୧୯ ହଜାର ୫୬୦, କଳାହାଣ୍ଡିର ୩୩ ସ୍କୁଲକୁ ୧ ଲକ୍ଷ ୧୧ ହଜାର ୪୨୦, କନ୍ଧମାଳର ୫ ସ୍କୁଲକୁ ୨୦ ହଜାର ୯୪୦, କେନ୍ଦ୍ରାପଡ଼ାର ୧୯ ସ୍କୁଲକୁ ୬୩ ହଜାର, କେନ୍ଦୁଝରର ୭୪ ସ୍କୁଲକୁ ୧ ଲକ୍ଷ ୮୩ ହଜାର ୧୬୦, ଖୋର୍ଧାର ୯ ସ୍କୁଲକୁ ୬୧୮୦, କୋରାପୁଟର ୬ ସ୍କୁଲକୁ ୪୧ ହଜାର ୬୮୦, ମାଲକାନଗିରିର ୪ ଲକ୍ଷ ୪୭ ହଜାର ୯୬୦, ମୟୂରଭଞ୍ଜର ୭ ସ୍କୁଲକୁ ୭୧୬୦, ନବରଙ୍ଗପୁରର ୧୦ ସ୍କୁଲକୁ ୪୮ ହଜାର ୮୨୦, ନୟାଗଡ଼ର ୧୨ ସ୍କୁଲକୁ ୮୭୬୦, ନୁଆପଡ଼ାର ୭୧ ସ୍କୁଲକୁ ୨ ଲକ୍ଷ ୩୬ ହଜାର ୦୬୦, ପୁରୀର ୫୦ ସ୍କୁଲକୁ ୧ ଲକ୍ଷ ୯୭ ହଜାର ୬୪୦, ରାୟଗଡ଼ାର ୧୯ ସ୍କୁଲକୁ ୫୦ ହଜାର ୮୨୦, ସମ୍ବଲପୁରର ୧୫ ସ୍କୁଲକୁ ୫୦ ହଜାର ୦୯୦, ସୁବର୍ଣ୍ଣପୁରର ୩ ସ୍କୁଲକୁ ୧୫ ହଜାର ୯୬୦, ସୁନ୍ଦରଗଡ଼ର ୧୩ ସ୍କୁଲକୁ ୮୨ ହଜାର ୬୨୦ ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର