ଭୁବନେଶ୍ବର: ମୌସୁମୀ ପୂର୍ବରୁ କେତେ ପ୍ରସ୍ତୁତ ବିଏମସି। ବର୍ଷା ହେଲେ ଭୁବନେଶ୍ବରରେ ସବୁଠାରୁ ବଡ ସମସ୍ୟା ଦେଖିବାକୁ ମିଳେ ଡ୍ରେନ ଗୁଡିକରେ । ଡ୍ରେନ ଗୁଡିକ ସଠିକ୍ ଭାବରେ ସଫା କରାଯାଉ ନ ଥିବା ଯୋଗୁଁ ଡ୍ରେନ ପାଣି ଉଛୁଳି ରାସ୍ତାରେ ଭାସି ଥାଏ।

Advertisment

ଏବର୍ଷ ମଧ୍ୟ ସମାନ ସମସ୍ୟା ଘଟିବା ପାଇଁ ଯାଉଛି। ଭୁବନେଶ୍ବରରେ ଆର ଆଣ୍ଡ ବି ଡ୍ରେନ ୩୬୨ କିମିର ରହିଥିବା ବେଳେ ସେଥିରୁ ମାତ୍ର ୫୨ କିମି ସଫା କରାଯାଇଛି। ଠିକ୍ ସେହିଭଳି ମୁଖ୍ୟ ଡ୍ରେନ ୭୭ କିମି ରହିଥିବା ବେଳେ ମାତ୍ର ୨୨ କିମି ସଫା କରାଯାଇଛି।

ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ରାସ୍ତାରେ ପାଣି ଜମୁଥିବାର ଦୃଶ୍ୟ ସାମ୍ନାକୁ ଆସିଥାଏ ତାର ମୁଖ୍ୟ କାରଣ ହେଉଛି ଡ୍ରେନ ଗୁଡିକ ସଫା କରାନଯିବା। ଆଉ ଏହାରି ଭିତରେ ଶନିବାର ମୌସୁମୀକୁ ନେଇ ବିଏମସିର ଆନ୍ତଃକମିଟିର ବୈଠକ ବସିବା ପାଇଁ ଯାଉଛି।