ଆଜୀବନ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ବେଲପଡ଼ା ଥାନା ସର୍ଗିଗୁଡ଼ା ଗାଁର ସୁନାଧର ବାଗ (୭୦ବର୍ଷ) ବୋଲି ଜଣାପଡ଼ିଛି। ୨୦୦୭ ମସିହାରେ ଜଣେ ନାବାଳକ ହତ୍ୟା ଘଟଣାରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ଆଜୀବନ ସଜା କାଟୁଥିଲେ ସୁନାଧର।

ଗୁରୁବାର ସକାଳୁ ନିଶ୍ଵାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରିଥିଲେ ଜେଲ୍ କର୍ତ୍ତୃପକ୍ଷ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସୁନାଧରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଜେଲ୍‌ କର୍ତ୍ତୃପକ୍ଷ। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର