ରାୟଗଡ଼ା: ରାୟଗଡ଼ାରେ ଏସଟିଏଫ ଟିମ ପକ୍ଷରୁ ଚଢ଼ଉ କରାଯାଇ,୧୫୧ କିଲୋଗ୍ରାମ୍ ଓଜନର ମୂଲ୍ୟବାନ ରତ୍ନ ପଥର ଜବତ ହୋଇଥିବାର ଖବର ମିଳିଛି। ସହରର ଜଗନ୍ନାଥ କମ୍ପ୍ଲେକ୍ସରେ ଚଢ଼ଉ ପରେ ଜଣେ ବ୍ୟକ୍ତିଙ୍କ ଘରୁ ଏହି ରତ୍ନ ପଥର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।

Advertisment

ଏହି ମାମଲାରେ ଏସଟିଏଫ ଟିମ୍ ଜଣଙ୍କୁ ଗିରଫ କରି ପଚରାଉଚରା କରୁଥିବାର ସୂଚନା ମିଳିଛି। ଗିରଫ ବ୍ୟକ୍ତିଙ୍କ ନାମ ଜିତେନ୍ଦ୍ର କୁମାର ବେହେରା ଓ ତାଙ୍କ ଘର ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଲି ଗ୍ରାମରେ ବୋଲି ଜଣାଯାଇଛି। ସେ ରାୟଗଡ଼ାରେ ପ୍ରାୟ ତିନି ବର୍ଷ ଧରି ରହି ଆସୁଥିଲେ। ଏଠାରେ ବିଭିନ୍ନ ପ୍ରକାରର ରତ୍ନପଥର ଆଣି କାରବାର କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ପୁଲିସ ଜିତେନ୍ଦ୍ର କୁମାର ବେହେରାଙ୍କ ଘରୁ ଏକ କାର୍ (ଓଡି୧୮ଜି ୩୩୫୫) ମଧ୍ୟ ଜବତ କରିଛି। ଉକ୍ତ କାରରୁ ୨୩ ରକମର ୧୫୧ କିଲୋଗ୍ରାମ୍ ଓଜନର ମୂଲ୍ୟବାନ ରତ୍ନ ପଥର ଜବତ ହୋଇଛି।