ବାରିପଦା ପିଆର୍‌ଏମ୍‌ରେ ଗର୍ଭବତୀଙ୍କ ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ ପରେ ଉତ୍ତେଜନା

ବାରିପଦା: ବାରିପଦା ପିଆର ଏମ ମେଡିକାଲ ରେ ଆଜି ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଓ ବିନା ବ୍ୟବଛେଦରେ ମୃତଦେହକୁ ନେବାକୁ ନେଇ ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବେତନଟୀ ଥାନା ହାତୀକୋଟା ଗାଁ ର ନବଘନ ମହାନ୍ତଙ୍କ ପତ୍ନୀ ସସ୍ମିତାଙ୍କୁ ଗତ ୧୭ ତାରିଖରେ ମେଡିକାଲରେ ଭର୍ତ୍ତି  କରିଥିଲେ। ଆଜି ସକାଳେ ସସ୍ମିତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା ପାଇଁ ସସ୍ମିତାଙ୍କ ମୃତୁ ହେଲା ବୋଲି ପରିବାର ଲୋକ ଅଭିଯୋଗ କରି ପାଟିତୁଣ୍ଡ କରି ଥିଲେ। ବୁଝା ସୁଝା ପରେ ପରିବାର ଲୋକ ଶାନ୍ତ ହୋଇ ଥିଲେ।

ତେବେ ମୃତଦେହ ବିନା ବ୍ୟବଚ୍ଛେଦରେ ନେବାକୁ ପରିବାର ଲୋକ ଜିଦ୍ ଧରି ବସିବାରୁ ବିବାଦ ଆରମ୍ଭ ହୋଇ ଥିଲା। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏସ୍‌ଡିପିଓ କେକେ ହରିପ୍ରସାଦ ଓ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ପୁଲିସ ଫୋର୍ସ ନେଇ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଆଜି ରାତି ହେବାରୁ ଆସନ୍ତା କାଲି ମୃତଦେହ ବ୍ୟବ‌ଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଶ୍ରୀ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର