କବିସୂର୍ଯ୍ୟନଗର : ‘ଯାହାକୁ ରଖିବେ ଅନନ୍ତ..’। ଏହି ଉକ୍ତିର ଯଥାର୍ଥତା ଆଜି କବିସୂର୍ଯ୍ୟନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ଏକ ଗର୍ଭିଣୀ କୃଷ୍ଣସାରକୁ ଏକ ଗାଡ଼ି ଧକ୍କା ଦେଲାବେଳେ ତା’ପେଟରେ ଥିବା ଛୁଆଟି ଛିଟିକି ବାହାରି ପଡ଼ିଛି। କୃଷ୍ଣସାରର ମୃତ୍ୟୁ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଛୁଆଟି ବଞ୍ଚିଯାଇଛି। ସ୍ଥାନୀୟ ଲୋକେ ନବଜାତ ହରିଣ ଛୁଆଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛି। ସୂଚନା ଅନୁସାରେ, କର୍ମଚାରୀମାନେ ଛୁଆଟିକୁ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମା’ ହରିଣର ଶବକୁ ଜବତ କରାଯାଇଛି।