ଝାରସୁଗୁଡ଼ା: ଶ୍ରମିକ ଟ୍ରେନରେ ଯାଉଥିବା ମହିଳା ଜନ୍ମ କଲେ ଶିଶୁକନ୍ୟା, ଡିଜିପି କଲେ ପ୍ରଶଂସା

ଝାରସୁଗୁଡ଼ା: କରୋନା ଭାଇରସ ପାଇଁ ପରିଚାଳିତ ଶ୍ରମିକ ଟ୍ରେନରେ ଯାଉଥିବା ବିହାର ରାଜ୍ୟର ଜଣେ ଜଣେ ମହିଳା ଆଜି ଝାରସୁଗୁଡ଼ାରେ ଶିଶୁକନ୍ୟା ଜନ୍ମ କରିଛନ୍ତି । ତେଲେଙ୍ଗାନାର ହାଇଦ୍ରାବାଦ ଠାରୁ ବିହାରର ଦାନାପୁର ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ (୦୭୦୮୫) ରେ ମହିଳା ଜଣଙ୍କର ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହାପରେ ମହିଳାଙ୍କୁ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ପରେ ପିସିଆର ଭ୍ୟାନରେ ପୁଲିସ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ।

 

ତେବେ ମହିଳା ଜଣକ ପିସିଆର ଭ୍ୟାନରେ ଶିଶୁକନ୍ୟା ଜନ୍ମ କରିଥିଲେ । ସୂଚନା ଅନୁସାରେ ବିହାର ରାଜ୍ୟର କାଇମୁରଭାବୁଆନ ଜିଲ୍ଲାର ଦୁର୍ଗାବତୀ ଥାନା ଅନ୍ତର୍ଗତ କ୍ରିଷ୍ନାପୁର ଗ୍ରାମର ବାଳକୃଷ୍ଣ ପ୍ରସାଦଙ୍କ ସ୍ତ୍ରୀ ପାୟଲ କୁମାରୀ ଆଜି ଶିଶୁକନ୍ୟା ଜନ୍ମ କରିଛନ୍ତି । ଉଭୟ ମା’ ଓ ଶିଶୁଙ୍କୁ ଝାରସୁଗଡ଼ର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଅଛି । ମହିଳା ଜଣକ ସନ୍ତାନ ଜନ୍ମ କରିବାରେ ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଡିଜିପି ଅଭୟ ଟୁଇଟ ଜରିଆରେ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର