‘ଫନି’ ମୁକାବିଲା ପ୍ରସ୍ତୁତି: ଗଜପତି ଜିଲ୍ଲାରେ ୨୮୦ ଗର୍ଭବତୀ ମହିଳା ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ

ଗଜପତି: ସମ୍ଭାବ୍ୟ ବାତ୍ୟା ‘ଫନି’ର ପ୍ରକୋପରୁ ନିରାପଦ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୨୮୦ ଜଣ ଗର୍ଭବତୀଙ୍କୁ ନିକଟବର୍ତ୍ତୀ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସମ୍ପୃକ୍ତ ଆଶ୍ରୟସ୍ଥଳୀରେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।

ସଦ୍ୟତମ ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ପ୍ରାୟ ୮/୯ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଗଲାଣି। ରାୟଗଡ଼ା ବ୍ଲକ୍‌ରୁ ସବୁଠୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର