ଆସିଲା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ!

ଜଣଙ୍କୁ ପୁଲିସ୍ ଅଟକ ରଖିଥିବା ବେଳେ ଆଉ ଜଣଙ୍କୁ ଖୋଜୁଛି

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି। ମନୀଷଙ୍କ ଆହୁରି ରିପୋର୍ଟ ଆସିବାକୁ ବାକି ଅଛି। ପାକସ୍ଥଳୀରେ ହଜମ ହୋଇନଥିବା ଖାଦ୍ୟକୁ ପରୀକ୍ଷା ପାଇଁ ପଠାଯାଇଛି। ଡାଏଟମ୍ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ମନୀଷଙ୍କ ପାଣିରେ ବୁଡ଼ି ନା ତା ପୂର୍ବରୁ ଶ୍ୱାସରୁଦ୍ଧ ହୋଇଛି ତାହାର ପରୀକ୍ଷା କରାଯିବ। ସେପଟେ ମନୀଷ ମୃତ୍ୟୁ ମାମଲାରେ ପୁଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ସୁରାକ ଲାଗିଛି। ପୁଲିସକୁ କାର୍ ମିଳିଛି। ମନୀଷଙ୍କ ସାଙ୍ଗ ସନ୍ଦେହ ଘେରରେ ରହିଛନ୍ତି।ଏହି ମାମଲାରେ ପୁଲିସ୍ ଜଣଙ୍କୁ ଅଟକ ରଖିଥିବା ବେଳେ ଆଉ ଜଣଙ୍କୁ ଖୋଜୁଛି । ଏହାଛଡ଼ା ମନୀଷଙ୍କୁ ନିଆଯାଇଥିବା କାର୍‌ର ସନ୍ଧାନ ବି ପାଇଛି  ପୁଲିସ। ଏହି ଘଟଣା ଘଟିବା ପରେ ମନୀଷଙ୍କ ସାଙ୍ଗ ଫେରାର ଥିବା ସୂଚନା ମିଳିଛି।

ସେପଟେ, ମୃତ୍ୟୁ ପୂର୍ବରୁ ଗୁଡୁ ହୋଟେଲ୍ ସାଉଥ୍ ସିଟି ବାରକୁ ଯାଇଥିଲେ ବୋଲି ଜଣାପଡ଼ିବା ପରେ ପୁଲିସର ତଦନ୍ତ ଏହାରି ଉପରେ ଫୋକସ୍ କରିଛି। ବାର୍ କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁଡୁ ରାତି ପ୍ରାୟ ୧୨ଟା ପରେ କିଛି ଯୁବକଙ୍କ ସହ ହୋଟେଲକୁ ଆସିଥିଲେ। ସେଠାରେ ସବୁ କିଛି ଠିକଠାକ୍ ଥିଲା। ଏହାପରେ ରାତି ପ୍ରାୟ ୨ଟା ୩୦ ବେଳକୁ ସେମାନେ ହୋଟେଲରୁ ଚାଲି ଯାଇଥିଲେ। ତେଣୁ ହୋଟେଲରୁ ଯିବା ପରେ କ’ଣ ହେଲା ଏବଂ ସେଠାରେ କିଏ କିଏ ଥିଲେ; ସେସବୁର ପୂରା ତଥ୍ୟ ପୁଲିସ ଖୋଜୁଛି। ଏଥିସହ ପୁଲିସ ସୋମବାର ହୋଟେଲ ସାଉଥ୍ ସିଟିକୁ ସିଲ୍ କରିବା ସହ ଜଣେ ବାର୍ କର୍ମଚାରୀଙ୍କୁ ଗିରଫ କରିଛି। ହୋଟେଲର ସିସି କ୍ୟାମେରା ହାର୍ଡଡିସ୍କ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜବତ ହୋଇଛି ।

ସମ୍ବନ୍ଧିତ ଖବର