ଭୁବନେଶ୍ବର : ବିଜୁ ଯୁବ ବାହିନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ଚଞ୍ଚଳ ରାଣାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦେଶକ ୨୦୧୦ ବ୍ୟାଚ୍ ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ନିଜ ଦାୟିତ୍ବ ସହିତ ବିଜୁ ଯୁବ ବାହିନୀର ସିଇଓ ଭାବେ ଦାୟିତ୍ବ ତୁଲାଇବେ। ଶ୍ରୀ ରାଣା ଗଜପତି ଜିଲ୍ଲା ଡିଆରଡିଏର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।
ଏଥିସହିତ ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରାଯାଇଛି। େମାଟ ୧୨ଜଣ ଅଫିସରଙ୍କର ବଦଳି େହାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତ୍ି ପ୍ରକାଶ କରିଛି।
ରାଜ୍ୟ ସରକାର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ୨୦୦୮ ବ୍ୟାଚ୍ ଆଇଏଏସ୍ ଡ. ଏମ୍. ମୁଥୁକୁମାରଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ଅତିରିକ୍ତ ଦାୟିତ୍ବ େଦଇଛନ୍ତି। ସେହି ଦାୟିତ୍ବରେ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ସ୍ବାଧା ଦେବ୍ଙ୍କୁ ଅପସାରଣ କରାଯାଇଛି। ବିଏମ୍ସିର ଅତିରିକ୍ତ କମିସନର ପଦବିରୁ ସ୍ବାଧାଙ୍କୁ ବଦଳି କରି ଜଳ ସଂପଦ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ଏହାଛଡ଼ା ୮ଜଣ ଅପେକ୍ଷାକୃତ ନୂଆ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ପଦବିରେ ଅବସ୍ଥାପିତ କରାଯାଇଛି। ୨୦୧୫ ବ୍ୟାଚ୍ ଆଇଏଏସ୍ ଅବଦଲ୍ ଅଖତରଙ୍କୁ କୋରାପୁଟ ଡିଆରଡିଏ ପିଡି ଭାବେ, ୨୦୧୫ ବ୍ୟାଚ୍ ଆଇଏଏସ୍ ଅବୋଲି ସୁନୀଲ ନରଭଣେଙ୍କୁ ମୟୂରଭଞ୍ଜ ଏଡିଏମ୍ ପଦବି ସହିତ ମୟୂରଭଞ୍ଜ ଡିଆରଡିଏ ପିଡି ଭାବେ ଅତିରିକ୍ତ ଦାୟିତ୍ବ, ସେହି ବ୍ୟାଚ୍ର ଆଇଏଏସ୍ ଏସ୍.କ୍ରିଷ୍ନନ୍ଙ୍କୁ ପାଟଣାଗଡ଼ ଉପ ଜିଲ୍ଲାପାଳ ଭାବେ, ଅମ୍ରିତ ଋତୁରାଜଙ୍କୁ ରାୟଗଡ଼ା ଡିଆରଡିଏ ପିଡି, ୨୦୧୬ ବ୍ୟାଚ୍ ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ବାରିପଦାର ଉପ ଜିଲ୍ଲାପାଳ ଭାବେ, ସେହି ବ୍ୟାଚ୍ର ଆଇଏଏସ୍ ବିଶାଲ୍ ସିଂହଙ୍କୁ ନୀଳଗିରିର ଉପ ଜିଲ୍ଲାପାଳ ଭାବେ, ଆଇଏଏସ୍ ବି.ଏସ୍.ବଳିରାମଙ୍କୁ ଗୁଣୁପୁର ଉପ ଜିଲ୍ଲାପାଳ ଓ ଆଇଏଏସ୍ ସିନ୍ଦେ ଦତ୍ତାତ୍ରେୟଙ୍କୁ ବାଲିଗୁଡ଼ା ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।