୩ ଜଣଙ୍କ ଅକାଳ ମୃତ୍ୟୁ

କାଳିଆପାଣି: କାଳିଆପାଣି ଥାନା ଓ ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗାଁର ୨ ଜଣ ଯୁବକଯୁବତୀ ଏବଂ ବିର୍ସାନଗର ବସ୍ତିର ଜଣେ ଶିଶୁକୁ ମିଶାଇ ୩ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିବା ବିର୍ସାନଗର ବସ୍ତିର ମୋତିସୁନି ଓ ବୁଲୁ କାରୁଆଙ୍କ ପୁଅ କେଶବ(୮)ର ଗତକାଲି ରାତି ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଚିରିଗୁଣିଆ ପ୍ରାଥମିକ ସ୍କୁଲ୍ ତୃତୀୟ ଶ୍ରେଣୀ‌ରେ ପଢ଼ୁଥିବା କେଶବ ୨ ଦିନ ତଳୁ କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରୁ ଘରକୁ ଫେରି ଆସିଥିଲା। ଗତ ୯ ତାରିଖରେ ଗୋଟିଏ ଦିନରେ ପୁରୁଣାପାଣି ଗାଁର ଯୁବକ କୁସୁନ ମୁଣ୍ଡା(୩୦) ଓ ଗଣ୍ଡା ହୋ’ଙ୍କ ପତ୍ନୀ ଡିମ୍ପଲ ତିରିଆଙ୍କର ମୃତ୍ୟୁ ହୋଇଥିଲା। ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିବା କୁସୁନଙ୍କର ତାଙ୍କ ନିଜ ଘରେ ମସ୍ତିଷ୍କ ପ୍ରଦାହ ହୋଇଥିବା କୁହାଯାଇଛି। ସେହିପରି ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ଥିବା ଡିମ୍ପଲ୍‌(୨୯)ଙ୍କର ମୟୂରଭଞ୍ଜ ଜିଲ୍ଲାସ୍ଥିତ ତାଙ୍କ ବାପଘରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର