ବିଜେପୁର ପାଇଁ ଅଣ୍ଟା ଭିଡ଼ିଲେ : ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ୱ, ୪ ବରିଷ୍ଠ ନେତାଙ୍କୁ ବିଜେପୁର ଦାୟିତ୍ୱ ଦେଲେ ନବୀନ

ଯେ କୌଣସି ମୁହୂର୍ତରେ ନିର୍ବାଚନ ଘୋଷଣା ହୋଇପାରେ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ତାରିଖ ଘୋଷଣା କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ତଥା ଅନ୍ୟ ପ୍ରମୁଖ ରାଜନୈତିକ ଦଳକୁ ପଛରେ ପକାଇ ବିଜେଡି ଏବେ ଠାରୁ ଗୋଟିଚାଳନା ଆରମ୍ଭ କରିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିେଜପି ଛାଡି ବିଜେଡିରେ ଯୋଗ ଦେଇଥିବା ସୁବାସ ଚୌହାନଙ୍କୁ ଆଜି ପୁରସ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଶ୍ରୀ ଚୌହାନଙ୍କୁ ନିଯୁକ୍ତି େଦଇଛନ୍ତି। ଏକଦା ବରଗଡ େଲାକସଭା ଆସନରେ ବିଜେପି ପ୍ରାର୍ଥୀ େହାଇ ଭଲ େଭାଟ ହାତେଇଥିବା ସୁବାସ ଏହାଦ୍ବାରା ବିେଜଡି ପାଇଁ ଅଧିକ ଉତ୍ସାହିତ େହାଇ କାମ କରିବେ ଓ ବିଜେପୁର ଟିକେଟ୍ ଲାଗି ଆଶା ରଖିବେ ନାହିଁ। ଏଭଳି ଦୁଇଟି ବାର୍ତା ଦିଆଯାଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି। ପୂର୍ବରୁ ବିଜେଡି ତାଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି େଦଇଥିଲା। ବିଜେଡିର ଏଭଳି ରଣନୀତି ପରୋକ୍ଷରେ ପୂର୍ବତନ ବିଧାୟିକା ରୀତା ସାହୁଙ୍କ ଟିକେଟ୍ ସପକ୍ଷରେ ଯାଉଥିବା କୁହାଯାଉଛି।

ପୂର୍ବରୁ କିେଶାର ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ। ବ୍ରଜରାଜନଗର ବିଧାନସଭା ଆସନରୁ ତାଙ୍କୁ ବିେଜଡି ଟିକେଟ୍ ଦେଇଥିଲା ଓ ଏଥର ସେ ନିର୍ବାଚିତ େହାଇଛନ୍ତି। ଏହା ପରଠାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ଅନ୍ୟପକ୍ଷରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ବିଜେଡି ୪ େନତାଙ୍କୁ ଦାୟିତ୍ବ େଦଇଛି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ୪ଜଣିଆ ସମନ୍ବୟ କମିଟି ଗଠନ କରିଛନ୍ତି। କମିଟିରେ ୨ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂଙ୍କୁ ସ୍ଥାନ ମିଳିଛି। ସେହିଭଳି ଦଳର ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ କଳିକେଶ ନାରାୟଣ ସିଂହଦେଓ ଅଛନ୍ତି। ଏମାନେ ଏବେଠାରୁ ସ୍ଥାନୀୟ ଅଞ୍ଚଳରେ ସମନ୍ବୟ ରଖି ଗଡ ଜଗିବେ। ଗତ ନିର୍ବାଚନର ଭୋଟ ବ୍ୟବଧାନ େଯଭଳି ଏଥର ବି ରହେ, ସେ ଦାୟିତ୍ବ ଏହି େନତାଙ୍କ ଉପରେ ନ୍ୟସ୍ତ ରହିଛି।

ସୂଚନାଯୋଗ୍ୟ, ଗତ ସରକାର ସମୟରେ ବିଜେପୁର ଉପନିର୍ବାଚନ ସାମ୍ନା କରିଥିଲା। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିଲା ଓ ସେ ଜିତିଥିଲେ। ସେତେବେଳେ ବିଜେପୁର ଦାୟିତ୍ବ ନବୀନ ନିଜେ ନେବେ େବାଲି େଘାଷଣା କରିଥିଲେ। ଗତ ସାଧାରଣ ନିର୍ବାଚନରେ ଏହି ଆସନରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ େହାଇଥିଲେ ଓ ବିପୁଳ େଭାଟରେ ଜିତିଥିଲେ। ହେଲେ ପାରମ୍ପରିକ ହିଞ୍ଜିଳି ଆସନ ରଖି ସେ ଏହି ଆସନରୁ ଇସ୍ତଫା ଦେଇଥିଲେ। ଏବେ ଏହି ଆସନ ପୁଣି ଥରେ ଉପନିର୍ବାଚନ ସାମ୍ନା କରିବ।

ସମ୍ବନ୍ଧିତ ଖବର