ବିଜୁ ଜୟନ୍ତୀ ପାଇଁ ବିଜେଡି ଯୁବ ଓ ଛାତ୍ର ଶାଖାର ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଉପଲକ୍ଷେ ବିଜେଡି ପକ୍ଷରୁ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ଦୁଇଟି ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଯୁବ କାର୍ଯ୍ୟାଳୟରେ ହୋଇଥିବା ପ୍ରସ୍ତୁତି ବୈଠକରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏଥିରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଓ ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଥିରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି, ମହାସଚିବ ଶିଶିର ପରିଜା, ଉପଦେଷ୍ଟା ରଞ୍ଜିତ ମହାପାତ୍ର, ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, ଯୁବ ବିଜେଡି ଜୋନ୍ ସଭାପତି ଅଶୋକ ସାହୁ, ରାଜ୍ୟ ଉପସଭାପତି ପୃଥ୍ବୀରାଜ ସାହୁ, ରାଜକମଲ ଜେନା, ମନ୍ଦାକିନୀ କର, ଶୈଳେଶ ଡାନି, ପ୍ରୀତିରଞ୍ଜନ ସାହୁ, ରାକେଶ କୁମାର ନାୟକ, ଦୟାନିଧି ନାୟକ, ପ୍ରୟାସକାନ୍ତି ସାମଲ, ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା, ଧ୍ରୁତି ମାର୍ଥା ଓ ସୁନିଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ଏକ ପ୍ରସ୍ତୁତି ବୈଠକ ମଧ୍ୟ ଆୟୋଜନ କରାଯାଇଥିଲା ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଓ ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ବିଜୁ ଜୟନ୍ତୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଉପସଭାପତି ସୌଭିକ ବିଶ୍ବାଳ, ମହାସଚିବ ହରିଶଙ୍କର ରାଉତଙ୍କ ସମେତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ଓ ଜୋନ୍ ସଭାପତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର