ଭୁବନେଶ୍ବର: ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ବିଭାଗର ପ୍ରସ୍ତୁତି ବୈଠକ ଡାକିଥିଲେ। ବୈଠକ ସରିବା ପରେ ମୁଖ୍ୟ ସଚିବଙ୍କ ବଦଳରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଲେ। ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ବି ତାଙ୍କ ସହ ବସିଲେ। ହେଲେ ମୁଖ୍ୟ ସଚିବଙ୍କୁ ଡକାଗଲାନି। ପ୍ରସ୍ତୁତି ବୈଠକରେ ନଥିବା ରାଜସ୍ବ ମନ୍ତ୍ରୀ ହଠାତ୍ କାହିଁକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ସୂଚନା ଦେଲେ ସେନେଇ ଆଜି ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ଏପରିକି ମୁଖ୍ୟ ସଚିବଙ୍କ ବୈଠକ ନେଇ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍‌ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ପ୍ରାୟ ସମାନ ସୂଚନା ଦେଇ ଆଉ ଏକ ପ୍ରେସ୍‌ ରିଲିଜ୍ ଜାରି କରାଯାଇଛି। ଆରମ୍ଭରୁ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ, ରାଜସ୍ବ ବିଭାଗ ଏବଂ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ଏମିତି।