ହବିଷ୍ୟାଳୀଙ୍କ ରହିବା ପାଇଁ ପ୍ରସ୍ତୁତି : ଅକ୍ଟୋବର ପହିଲାରୁ ଦରଖାସ୍ତ ଆହ୍ଵାନ

ପୁରୀ : ଚଳିତ ବର୍ଷ ହବିଷ୍ୟାଳୀଙ୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହବିଷ୍ୟାଳୀଙ୍କ ରହିବା ପାଇଁ ଅକ୍ଟୋବର ପହିଲାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଅକ୍ଟୋବର ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଦରଖାସ୍ତ ଗ୍ରହଣ କରାଯିବ। ଚଳିତ ବର୍ଷ ଦୁଇଟି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା କରିବାକୁ ଆପାତତଃ ସ୍ଥିର ହୋଇଛି। ପୂର୍ବବର୍ଷ ଭଳି ରେଳବାଇ ଯାତ୍ରୀ ଭବନ ଓ ଅନ୍ୟ ଏକ ଅସ୍ଥାୟୀ ସ୍ଥାନରେ ହବିଷ୍ୟାଳୀଙ୍କୁ ରଖାଯିବ। ଆଶ୍ରୟସ୍ଥଳୀରୁ ଯାଆସ ପାଇଁ ବସ୍‌ର ବ୍ୟବସ୍ଥା କରାଯାଇଛି। ଇଚ୍ଛୁକ ହବିଷ୍ୟାଳୀମାନେ ସଂପୃକ୍ତ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଦରଖାସ୍ତ ଦାଖଲ କରିପାରିବେ। ଚଳିତ ବର୍ଷ କାର୍ତିକ ବ୍ରତ ଅକ୍ଟୋବର ୨୫ରୁ ଆରମ୍ଭ ହୋଇ ନଭେମ୍ବର ୨୩ରେ ଶେଷ ହେଉଛି।

ସମ୍ବନ୍ଧିତ ଖବର