ନବୀନଙ୍କ ନୂଆ ଟିମ୍‍ ପାଇଁ କସରତ : ୬୦% ମନ୍ତ୍ରୀ ବଦଳିବେ, ନୂଆ ମୁହଁକୁ ଗୁରୁତ୍ବ ଦିଆଯିବ

ଦାଗୀ ବାଦ୍‍ ପଡ଼ିବେ, ମହିଳାଙ୍କୁ ଅଧିକ ଆସନ ସମ୍ଭାବନା, ବାଚସ୍ପତି ତଲାସ ଚାଲିଛି, ଚର୍ଚ୍ଚାରେ ଅନେକ ନେତା

ଭୁବନେଶ୍ୱର : ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ଏଥର ବିଧାନସଭା ପରିବର୍ତେ ବିଜୁ ଜନତା ଦଳ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ ଜିତିଛନ୍ତି। ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ଛାଡିଦେଲେ ମନ୍ତ୍ରିମଣ୍ଡଳର ଅନ୍ୟ ସମସ୍ତେ ଜିତିଛନ୍ତି। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଅଧିକାଂଶ ମନ୍ତ୍ରୀଙ୍କର ପଦ ରହିବ ନାହିଁ। ତିନି ଚାରି ଥରିଆ କିଛି ମନ୍ତ୍ରୀ ବି ତାଲିକାରୁ ବାଦ ପଡିପାରନ୍ତି। କିଛି ନୂଆ ମୁହଁକୁ ନେଇ ନବୀନ ତାଙ୍କ ନୂଆ ଇନିଂସ୍‍ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

ନବୀନ ନିବାସରେ ଚାଲିଥିବା କସରତରୁ ଏଭଳି କିଛି ଇସାରା ପାଇସାରିଲେଣି ଏକାଧିକ ମନ୍ତ୍ରୀ ଏବଂ ବରିଷ୍ଠ ବିଜେଡି ନେତା। ଖବର ଅନୁସାରେ, ପାଖାପାଖି ୧୧ ଜଣ ମନ୍ତ୍ରୀ ଅର୍ଥାତ୍‍ ପୁରୁଣା ମନ୍ତ୍ରିମଣ୍ଡଳର ୫୦ ପ୍ରତିଶତ ସଦସ୍ୟଙ୍କୁ ବାଦ୍‍ ଦେବା ପାଇଁ ବିଜେଡି ମୁଖ୍ୟ େଯାଜନା କରୁଛନ୍ତି।

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଆସନ୍ତା ୨୮ ତାରିଖ ପରେ ଗଠିତ େହବ। ସେଦିନ ୨୧ଜଣ ମନ୍ତ୍ରୀଙ୍କ ସହିତ ନବୀନ ରାଜଭବନରେ ଶପଥ େନବେ। ସରକାର ଗଠନର ଚିତ୍ର ଗତକାଲି ସ୍ପଷ୍ଟ େହାଇଯିବା ପରେ ଆଜି ଶୀର୍ଷସ୍ତରରେ ମନ୍ତ୍ରିମଣ୍ଡଳ ଗଠନ େନଇ କସରତ ଆରମ୍ଭ େହାଇଯାଇଛି।

ମନ୍ତ୍ରିମଣ୍ଡଳ ଗଠନ ପାଇଁ ଆଜି ସକାଳଠାରୁ ହିଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ ଜିତିଥିବା ଅଧିକାଂଶ େନତା ଆଜି ନବୀନ ନିବାସ ଯାଇ ମୁହଁ ଦେଖାଇଥିଲେ। ଫୁଲତୋଡା ଦେଇ ଜୁହାର ହୋଇଥିଲେ। ନବୀନ ସମସ୍ତଙ୍କୁ ଦେଖି ହସିଥିଲେ, କିଛି େନତାଙ୍କ ସହିତ ଦି’ ଚାରିପଦ କଥାବାର୍ତା କରିଥିଲେ, କିନ୍ତୁ ମନ୍ତ୍ରିମଣ୍ଡଳ ଗଠନ ସଂପର୍କରେ କୌଣସି ଇସାରା ଦେଇନଥିଲେ। କିଛି ନିର୍ଦିଷ୍ଟ ନେତା ଏବଂ ଅଫିସରଙ୍କ ସହ ମନ୍ତ୍ରିମଣ୍ଡଳ ଗଠନ ସଂପର୍କରେ ସେ ଆଲୋଚନା କରିଥିବା ଜଣାପଡିଛି। ପ୍ରାଥମିକ ତାଲିକା ବି ପ୍ରସ୍ତୁତ ହୋଇସାରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ୨୧ ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏଭଳି ମୋଟ ୨୬ଟି ପଦ ସମାନୁପାତିକ ଭାବେ ବଣ୍ଟାଯିବାକୁ େଯାଜନା େହାଇଛି।

୧୩ଟି ଅବିଭକ୍ତ ଜିଲ୍ଲାର ପ୍ରତିନିଧିତ୍ୱ ଯେପରି ରୁହେ, ତା ଉପରେ ନବୀନ ନଜର ରଖିବାକୁ ସଙ୍କେତ େଦଇଥିବା କୁହାଯାଉଛି। କେବଳ ସେତିକି ନୁହେଁ, ମନ୍ତ୍ରିମଣ୍ଡଳ ଗଠନ େକ୍ଷତ୍ରରେ ମଧ୍ୟ ନବୀନ ଏକ ଫର୍ମୁଲା ପ୍ରୟୋଗ କରିବା ଲାଗି ଆଗ୍ରହ ଦେଖାଇଛନ୍ତି। ତାହା ହେଲା ସମ୍ପୂର୍ଣ୍ଣ ଦାଗ ମୁକ୍ତ ଏବଂ ଅପେକ୍ଷାକୃତ ଯୁବ ଚେହେରାଙ୍କୁ ମନ୍ତ୍ରୀ କରାଯିବ। ଘୋଷା ମୁହଁ ଅର୍ଥାତ୍‍ ଆଠ ଦଶ ବର୍ଷ ଧରି ମନ୍ତ୍ରୀ ପଦ ଧରିଥିବା ନେତାଙ୍କୁ କିଛି ଦିନ ପାଇଁ ବିଶ୍ରାମ ଦିଆଯିବ। ଏହି ଫର୍ମୁଲା କାର୍ଯ୍ୟକାରୀ ହେଲେ ପୁରୁଣା ମନ୍ତ୍ରିମଣ୍ଡଳର ଅନେକ ବରିଷ୍ଠ ଚେହେରା ଏଥର ନିରାଶ େହାଇପାରନ୍ତି େବାଲି ସୂଚନା ମିଳୁଛି।

େକନ୍ଦ୍ରରେ ବିେଜପିର ସଂଖ୍ୟା ଏତେ େଯ ସେମାନଙ୍କର ଆଉ ବିେଜଡିର ସହଯୋଗ ଆବଶ୍ୟକ ନାହିଁ। ଏଣୁ ଗତ ତିନି ସପ୍ତାହ ଧରି େକନ୍ଦ୍ରୀୟ ବିଜେପି େନତା େଯଉଁ ଆଚରଣ ପ୍ରଦର୍ଶନ କରୁଥିଲେ, ତାହା ଯେ କୌଣସି ମୁହୂର୍ତରେ ପରିବର୍ତନ େହାଇପାରେ। ଏଣୁୁ ମଉକା ଦେଖି େକନ୍ଦ୍ର ସରକାର ପୁଣି ଥରେ ରାଜ୍ୟ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଏଣୁ ମନ୍ତ୍ରିମଣ୍ଡଳରେ କୌଣସି ଏପରି େନତାଙ୍କୁ ନବୀନ ରଖିବାକୁ ଚାହୁଁନାହାନ୍ତି, ଯାହା ପାଇଁ ତାଙ୍କୁ କେବେ ମୂଲ୍ୟ ଦେବାକୁ ପଡିପାରେ।

ଅନ୍ୟ େଗାଟିଏ ଦିଗ ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଉଭୟ ବିେଜପୁର ଓ ହିଞ୍ଜିଳିରୁ ପ୍ରାର୍ଥୀ େହାଇଛନ୍ତି ଓ ଜିତିଛନ୍ତି ବି। ସେ ଏ ମଧ୍ୟରୁ େଗାଟିଏ ଆସନ ଛାଡିବେ। ଏପଟେ ପାଟକୁରାରେ ନିର୍ବାଚନ େହାଇନାହିଁ। ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ତାରିଖ େଘାଷଣା କରିପାରନ୍ତି। ଏଠାରେ ବିେଜଡି ବଡ଼ ଲଢେଇର ସାମ୍ନା କରିବ। ସରକାରଙ୍କ ପତିଆରା ବନାମ ପାଟକୁରା ସ୍ବାଭିମାନ ମଧ୍ୟରେ ଟକରାଟକରି େହବ। ମନ୍ତ୍ରିମଣ୍ଡଳ ଗଠନ ବେଳେ ଏ ଦୁଇ ପରିସ୍ଥିତିକୁ ଦୃଷ୍ଟିରେ ରଖାଯିବାକୁ େଯାଜନା େହାଇଛି।

ଗତ ଦିନମାନଙ୍କରେ ବିଭିନ୍ନ ସମୟରେ ମନ୍ତ୍ରୀ େହାଇଥିବା କିଛି ଅପରାଗ ଓ ଅଭ୍ୟାସଗତ ଦଳୀୟ ବିଶୃଙ୍ଖଳାକାରୀଙ୍କୁ ମଧ୍ୟ ମନ୍ତ୍ରୀ ପଦଠାରୁ ଦୂରେଇ ରଖାଯିବାକୁ େଯାଜନା େହାଇଛି। େଯଉଁ େନତାମାନେ ନିଜ ବିଜୟକୁ ସୁନିଶ୍ଚିତ କରିବା ପରେ ଅନ୍ୟ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ବାଧକ ସାଜିଥିଲେ, େସମାନଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରି ପୁରସ୍କୃତ କରିବାକୁ ଚାହୁଁନାହାନ୍ତି। ଦୁଇଥରରୁ ଅଧିକ ଥର ନିର୍ବାଚିତ ହୋଇଥିବା ଆଶାୟୀ ବିଧାୟକମାନଙ୍କ ପାଇଁ ଏଇ ଫର୍ମୁଲା ଲାଗୁ କରାଯିବ।

ଅତ୍ୟନ୍ତ ବିଶ୍ବସ୍ତ ଓ ଅଭିଜ୍ଞ େନତାଙ୍କୁ ନବୀନ ବାଚସ୍ପତି ପଦ ଦେବା ଲାଗି ଚିନ୍ତା କରୁଛନ୍ତି। ସେହିଭଳି ଉପବାଚସ୍ପତି, ସରକାରୀ ମୁଖ୍ୟ ସଚେତକ କାହାକୁ କରାଯିବ ସେ ନେଇ ମଧ୍ୟ କୌଣସି ନିର୍ଣୟ େହାଇପାରିନାହିଁ। ବର୍ତମାନର ବାଚସ୍ପତିଙ୍କୁ ପୁଣି ଥରେ ସେହି ପଦରେ ଅବସ୍ଥାପିତ କରିବା ଲାଗି େଗାଟିଏ େଗାଷ୍ଠୀ ଆଗ୍ରହ େଦଖାଉଥିଲେ େହଁ, ଏଥର ବିଧାନସଭାରେ ବିେରାଧୀ ପ୍ରଚଣ୍ଡ ଆକ୍ରମଣ କରିବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ଜଣେ ଦାୟିତ୍ବବାନ ବ୍ୟକ୍ତିଙ୍କୁ ଏହି ଦାୟିତ୍ବ ଦେବାଲାଗି ପ୍ରସ୍ତାବ ଆସିଛି। କାରଣ ବିରୋଧୀ ଦଳରେ ଏଥର ପୂର୍ବତନ ବିରୋଧୀ ଦଳ େନତା ନରସିଂହ ମିଶ୍ର, ତାରା ବାହିନୀପତି, ସୁରେଶ କୁମାର ରାଉତରାୟ, ବିଷ୍ଣୁ େସଠୀ,େମାହନ ମାଝୀ, ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ଭଳି ଟାଣୁଆ ସଦସ୍ୟ ଆସୁଛନ୍ତି, ଯେଉଁମାନଙ୍କୁ ମନେଇ ଗୃହ ଚଳେଇବା କାଠିକର ପାଠ େହାଇପାରେ।

ଉଲ୍ଲେଖଯୋଗ୍ୟ, ପୁରୀ ଜିଲ୍ଲାରୁ ମନ୍ତ୍ରୀ ପଦ ପାଇଁ ଦୁଇ ଦାବିଦାର ମହେଶ୍ବର ମହାନ୍ତି ଓ ସଂଜୟ ଦାସବର୍ମା ଏଥର ବିଧାନସଭାକୁ ନିର୍ବାଚିତ େହାଇନାହାନ୍ତି। ବିବାଦ ଛନ୍ଦି େଦଇଛି ପ୍ରଦୀପ ମହାରଥୀଙ୍କୁ। ବିଧାୟକ ଉମାକାନ୍ତ ସାମନ୍ତରାୟ ଯଦିଓ ଦୁଇଥରିଆ ବିଧାୟକ, ତଥାପି ଗତ ସରକାରର ଅଧାରେ ସେ ବିେଜଡିରେ ସାମିଲ େହାଇଥିଲେ। ତାଙ୍କ ଠାରୁ ସମୀର ଦାଶ ବରିଷ୍ଠ। ସେ ମଧ୍ୟ ଆଶାୟୀ।

େଖାର୍ଧା ଜିଲ୍ଲାରେ ମନ୍ତ୍ରୀ ଅେଶାକ ପଣ୍ଡାଙ୍କ ରାସ୍ତାରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି କଣ୍ଟା ସାଜିପାରନ୍ତି। ସେପଟେ ନୟାଗଡରୁ ଅରୁଣ ସାହୁଙ୍କୁ ମନ୍ତ୍ରୀ କରାଯିବ ନା, ଭାରସାମ୍ୟ (ସଂଜୟଙ୍କୁ ସନ୍ତୁଷ୍ଟ କରି ରଖିବା ଲାଗି) ରଖିବାକୁ ଯାଇ ପ୍ରଣବ ପ୍ରକାଶ ଦାସ (ବବି), ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁଙ୍କୁ ନବୀନ ମନ୍ତ୍ରିମଣ୍ଡଳରୁ କିଛି ଦିନ ପାଇଁ ଦୂରେଇ ରଖିବେ, ତାକୁ ନେଇ ଚର୍ଚ୍ଚା ଆେଲାଚନା େଜାର ଧରିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାକ୍ ନିର୍ବାଚନୀ େଗାଟିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପଦ ପାଇଁ ଉତ୍ସାହୀ ନୁହାନ୍ତି। କଟକରୁ କିନ୍ତୁ ଚାରି ଚାରି ଜଣ େନତାଙ୍କୁ ନେଇ ହିସାବ ନିକାଶ ଚାଲିଛି। ସେମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ର ସାରଥୀ ବେହେରା, ପ୍ରତାପ ଜେନା। ଅତି କମରେ ଦୁଇଜଣଙ୍କୁ ନବୀନଙ୍କ କ୍ୟାବିନେଟରେ ସ୍ଥାନ ମିଳିପାରେ। ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ଦଳ ଉପନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ହରାଇଥିବା କାରଣରୁ ମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି ପ୍ରଶାନ୍ତ ମୁଦୁଲି। େକନ୍ଦ୍ରାପଡାରେ ପ୍ରତାପ ଦେବ, ଶଶିଭୂଷଣ ବେହେରା ଓ ଅତନୁଙ୍କ ମଧ୍ୟରୁ ଜଣକୁ ମନ୍ତ୍ରୀ ପଦ ମିଳିପାରେ।

େଗାଟିଏ ମହଲର ତଥ୍ୟକୁ ବିଶ୍ବାସ କରାଗଲେ, ଅତନୁ ଓ ପ୍ରତାପଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ଲାଗି ଶଶିଭୂଷଣଙ୍କୁ ବାଚସ୍ପତି ପଦ ପାଇଁ ବିଚାର କରାଯାଉଛି। ଏହି ଗୁରୁତ୍ବପୂର୍ଣ୍ଣ ପଦବି ଲାଗି ଯାଜପୁର େକାଟାରେ ଅମର ପ୍ରସାଦ ଶତପଥୀ ଓ ଝାରସୁଗୁଡା େକାଟାରୁ କିେଶାର ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି। ଅତ୍ୟନ୍ତ ପ୍ରଭାବୀ େହାଇଥିଲେ ବି ନବ ଦାସଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ନ କରି ଅନ୍ୟ ଥରିକିଆ ପ୍ରଭାବୀ ବିଧାୟକଙ୍କୁ ଅଟକାଇବାକୁ େଯାଜନା ଚାଲିଛି।

ଗୁରୁତ୍ବପୂର୍ଣ୍ଣ କଥା େହଉଛି, ନବୀନଙ୍କ କ୍ୟାବିନେଟରେ ଏଥର ମହିଳା ମନ୍ତ୍ରୀଙ୍କ ସଂଖ୍ୟା ମଧ୍ୟ ଅଧିକ େଦଖାଦେଇପାରେ। ଏ େକ୍ଷତ୍ରରେ ସୀମାରାଣୀ ନାୟକ, ଟୁକୁନି ସାହୁ, େସ୍ନହାଙ୍ଗିନି ଛୁରିଆ ଓ ନବାଗତ ହିସାବରେ ପଦ୍ମିନୀ ଦିଆନ, ଲତିକା ପ୍ରଧାନଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ େହାଇଛି।

ଏମାନଙ୍କ ବ୍ୟତୀତ ବିଜୟ ରଂଜନ ସିଂହ ବରିହା, େସ୍ନହାଙ୍ଗିନି ଛୁରିଆ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ରୋହିତ ପୂଜାରୀ, ଶାରଦା ନାୟକ, ବ୍ରଜ କିେଶାର ପ୍ରଧାନ, ପ୍ରଦୀପ ଅମାତ, ବିକ୍ରମ ଆରୁଖ, ଭୂପିନ୍ଦର ସିଂହ, େବ୍ୟାମକେଶ ରାୟ, େଜ୍ୟାତି ପାଣିଗ୍ରାହୀ ପ୍ରମୁଖ ମଧ୍ୟରୁ କିଛି େନତାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରିବାର ସମ୍ଭାବନା ଅଧିକ େବାଲି ଚର୍ଚ୍ଚା େହଉଛି।

ସମ୍ବନ୍ଧିତ ଖବର