ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ପି.ଏନ ବୋଷ ପଡ଼ିଆରେ ଅଣ ରାଜନୈତିକ ସଂଗଠନ ‘ଜାଗରଣ’ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାଗରଣର ସଭାପତି  ସୁବ୍ରତ ମହାନ୍ତି  ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋରୁମହିଷାଣୀ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ବାଇଟ )ର ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଇଟର ଅଧ୍ୟକ୍ଷା ସରସ୍ବତୀ ସୋରେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗୋରୁମହିଷାଣୀ ଲୌହଖଣିର ପ୍ରବନ୍ଧକ ବିକାଶ ରଞ୍ଜନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସାଧାରଣତନ୍ତ୍ର ଦିବସ ପାଳନ ସମ୍ବନ୍ଧରେ ଉପାଦେୟ ତଥ୍ୟ ପ୍ରଦାନ ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
Advertisment
ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା ପ୍ରତିନିଧିମାନେ ବିଭିନ୍ନ ପ୍ରତିଯୋଗିତା ସମ୍ବନ୍ଧରେ ମତାମତ ପ୍ରଦାନ କରିଥିଲେ। ସବୁବର୍ଷପରି ଚଳିତ ବର୍ଷ ତୃତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସବ ଜୁନିୟର ଗ୍ରୁପ, ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ଗ୍ରୁପ, ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବ ସିନିଅର ଗ୍ରୁପ ଏବଂ ବାଇଟ, ଆଇ ଟି ଆଇ ଓ ଡିଗ୍ରୀ ଆଇରନ କଲେଜ କୁ ସିନିଅର ଗ୍ରୁପ ରେ ବିଭକ୍ତ କରାଯାଇଅଛି। ପ୍ରତ୍ୟେକ ଗ୍ରୁପରେ ବକୃତା, ସାଧାରଣଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ରଖାଯାଇଛି ଏବଂ ସବ ଜୁନିଅର ଗ୍ରୁପରେ ମନୋ ଆକଟିଂଗ ଓ ସିନିଅର ଗ୍ରୁପରେ ମୁରୁଜ ପ୍ରତିଯୋଗିତା ନୂତନ ଭାବେ କରାଯିବାର ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଉକ୍ତ ପ୍ରସ୍ତୁତି ବୈଠକରେ ଜାଗରଣର ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ,ବିଭିନ୍ନ ବିଦ୍ୟାଳୟର ପ୍ରତିନିଧି ଭାବେ ଅଧ୍ୟକ୍ଷ ସଞ୍ଜୟ ସାହୁ, ଅଗସ୍ତି ବେହେରା, ସାଲଖାନ ମୁର୍ମୁ, ସମାଇ ସୋରେନ, ପଲ୍ଲବୀ ବାରିକ, ମମତା ମଣ୍ଡଳ,କାଳିପଦ ମହାନ୍ତ, ଗୋରାରାମ ମାରାଣ୍ଡି, କାର୍ତ୍ତିକ ଜେନା ତଥା ବାଇଟର ସମସ୍ତ ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।