ଖଣ୍ଡପଡ଼ା : ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚାଷୀ ସମାବେଶକୁ ସଫଳ କରିବା ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଖଣ୍ଡପଡ଼ା ଏନ୍ଏସି ଅନ୍ତର୍ଗତ ମା’ ଉମାଦେବୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ଚାଷୀ ଶ୍ୟାମ ସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।
ବୈଠକରେ ଶ୍ରୀ ନନ୍ଦ କହିଲେ, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆସନ୍ତା ମାସ ୧୨ ତାରିଖରୁ ଭୁବନେଶ୍ୱର ପିଏମ୍ଜି ଛକରେ ଅନୁଷ୍ଠିତ ହେବାକୁ ଥିବା ନିରନ୍ତର ଧାରଣା କାର୍ଯ୍ୟକ୍ରମରେ ସାରା ଓଡ଼ିଶାରୁ ହଜାର ହଜାର ଚାଷୀ ଭାଗ ନେବେ। ଆସନ୍ତା ମାର୍ଚ୍ଚ ୧୪ରେ ହେବାକୁ ଥିବା ଚାଷୀ ସମାବେଶରେ ଖଣ୍ଡପଡ଼ାରୁ ପାଖାପାଖି ୩ ହଜାର ଚାଷୀ ଯୋଗ ଦେବା ନିମନ୍ତେ ସର୍ବସମ୍ମତିି କ୍ରମେ ନିଷ୍ପତ୍ତି ହୋଇଥିଲା। ଶେଷରେ ଖଣ୍ଡପଡ଼ା ବ୍ଲକ୍ର ପ୍ରସନ୍ନ କୁମାର ବେହେରାଙ୍କୁ ନୂତନ ସଂଯୋଜକ ଓ ବିପିନ ବାରିକଙ୍କୁ ସହ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/khandapada-NABA-NIRAMANA-KRUSAK-5.jpg)