ସାକ୍ଷୀଗୋପାଳ : ଆସନ୍ତା ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୧ତମ ପୂଣ୍ୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟର ଶୁଭଦାନ କରିବେ। ଏଥି ପାଇଁ ଐତିହାସିକ ବକୁଳ ବନ ପରିସରରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ଆଜି ସନ୍ଧ୍ୟାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଶିଳାନ୍ୟାସ ସ୍ଥଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ସ୍ଥଳ, ସାଧାରଣ ସଭା ସ୍ଥାନ ଆଦି ବୁଲି ଦେଖିବା ସହ ନିର୍ମାଣଧୀନ ଟେଣ୍ଟ କାର୍ଯ୍ୟର ତଦାରଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଳ ପଞ୍ଚସଖାଙ୍କ ସମାଧି ପୀଠ, ବକୁଳବନ, ଶିଳାନ୍ୟାସ ସ୍ଥଳ ଓ ସାଧାରଣ ସଭା ସ୍ଥଳରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଜୋରଦାର
/sambad/media/post_attachments/wp-content/uploads/2018/10/SAKHIGOPAL-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)