ଭୁବନେଶ୍ବର: ରାଜ୍ୟରେ କରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତି ସମ୍ପର୍କରେ ବରିଷ୍ଠ ଡାକ୍ତର ନିରୋଜ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
ଡାକ୍ତର ନିରୋଜ ମିଶ୍ରା କହିଛନ୍ତି, ଏହି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ସେଥିପାଇଁ ବର୍ତ୍ତମାନ ବେଡ୍ ବନ୍ଦୋବସ୍ତ କରାଯାଉଛି । ଏହା ସହିତ ପ୍ରଶିକ୍ଷଣ କାମ ବି ଜୋରସୋର ଚାଲିଛି ।
କେଉଁଠାରେ ବେଡ୍ ବଢିବ, କେଉଁଠି ଆଇସିୟୁ ବ୍ୟବସ୍ଥା ହୋଇପାରିବ , ଟ୍ରେନିଂ ହୋଇପାରିବ ସେ ଦିଗରେ ବର୍ତ୍ତମାନ କାମ ଚାଲିଛି । ଅତି ଖରାପ ପରିସ୍ଥିତିକୁ ନଜରରେ ରଖି କାମ ଚାଲିଥିବା ସେ କହିଛନ୍ତି ।
ବର୍ତ୍ତମାନ ରାଜ୍ୟରେ ଜେନେରାଲ ବେଡ୍ ମାତ୍ର ୩୯ ପ୍ରତିଶତ ବ୍ୟବହାର ହେଉଛି । ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ୬୦ ପ୍ରତିଶତ ପୂରଣ ହୋଇଛି । ୫ରୁ ୬ଟି ସ୍ଥାନରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ।