ରାଇରଙ୍ଗପୁର: ଆଉ କେଇ ଘଣ୍ଟା ପରେ ପ୍ରକାଶ ପାଇବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମାଟିର ସୁଯୋଗ୍ୟା କନ୍ୟା ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ। ଏଥିପାଇଁ ଦ୍ରୌପଦୀଙ୍କ ରାଇରଙ୍ଗପୁରସ୍ଥିତ ବାସଭବନ, ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେପି କର୍ମୀ, ସ୍ଥାନୀୟ ବାସିନ୍ଦା ଓ ଶ୍ରୀମତୀ ମୁର୍ମୁଙ୍କ ପରିବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ନୃତ୍ୟଗୀତରେ ସ୍ଥାନୀୟ ଅଞ୍ଚଳ ଦୁଲୁକୁଛି।
/sambad/media/post_attachments/wp-content/uploads/2022/07/7cf367f7-49f7-4eb5-a56e-b7be3c6cb89b.jpg)
ଲୋକଙ୍କୁ ବଣ୍ଟାଯିବା ପାଇଁ ୨୦ ହଜାରରୁ ଅଧିକ ଲଡ଼ୁ ପ୍ରସ୍ତୁତ କରାଯାଇଛି। ଦ୍ରୌପଦୀ ଦିଦିଙ୍କ ସଫଳତା ଆମ ପାଇଁ ଗୌରବ। ତେଣୁ ସମସ୍ତଙ୍କ ମୁହଁ ମିଠା କରିବା ପାଇଁ ଲଡ଼ୁ ତିଆରି ହୋଇଥିବା କହିଛନ୍ତି ଆୟୋଜକ। ଦ୍ରୌପଦୀଙ୍କ ଘର ସହ ସହରର ବିଭିନ୍ନ ସ୍ଥାନକୁ ରଙ୍ଗିନ ଆଲୋକରେ ସଜାଯାଇଛି। ରାଇରଙ୍ଗପୁର ସହର ସାରା ବଡ଼ବଡ଼ ହୋର୍ଡିଂ ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଭୋଜିଭାତର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଦ୍ରୌପଦୀ ରାଷ୍ଟ୍ରପତି ଭାବେ ବିଜୟୀ ହେଲେ ସେ ଆସନ୍ତା ୨୫ ତାରିଖ ଦିନ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ଦ୍ରୌପଦୀଙ୍କ ଝିଅ, ଜ୍ବାଇଁ ଓ ନାତୁଣୀଙ୍କ ସହ ସାନଭାଇ ଓ ଭାଉଜ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଯିବେ। ଏଥିପାଇଁ ସେମାନେ ଆସନ୍ତା ୨୩ ତାରିଖ ଦିନ ବିମାନ ଯୋଗେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/87f0bc1e-5c58-43ac-8a81-fdc6300f25ca.jpg)