ସମ୍ବଲପୁର : ଫେବ୍ରୁଆରି ୮ ତାରିଖ ଦିନ ରଙ୍ଗର ପର୍ବ ହୋଲି ଉତ୍ସବ ପଡ଼ୁଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଏଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ହୋଲିକୁ କିଭଳି ଭାବେ ସୁରକ୍ଷିତ ଓ ନିରାପଦ ଭାବେ ପାଳନ କରିବେ ସେ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ରଙ୍ଗ ଲଗାଇବା ଠାରୁ ଆରମ୍ଭ କରି ହୋଲି ଅବସରରେ ଘଟୁଥିବା ଅଘଟଣ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।
ରସାୟନ ମିଶା ରଙ୍ଗ କିଭଳି ବ୍ୟବହାର ନ ହେବ, ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ସ୍ଥାନରେ ବ୍ଲକ୍ କରାଯାଇ ପୁଲିସ ମୁତୟନ, ନଦୀରେ କୌଣସି ପ୍ରକାର ଅଘଟଣ କିଭଳି ନ ହେବ ସେ ଉପରେ ସ୍ବତନ୍ତ୍ର ଟିମ୍ ନଜର ରଖିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପ ଜିଲ୍ଲାପାଳ ପ୍ରଭାସ ଡନସେନା, ସଦର ଏସ୍ଡିପିଓ ପ୍ରଦୀପ ସାହୁ, ଡେପୁଟି କମିସନର୍ ଶଙ୍କର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।