କାଇ ପିମ୍ପୁଡ଼ିକୁ ଜିଆଇ ମାନ୍ୟତା ପାଇଁ ପ୍ରସ୍ତୁତି

ଡିସେମ୍ବର ୬ରେ ଭୁବନେଶ୍ବରରେ ଚୂଡ଼ାନ୍ତ ପ୍ରକ୍ରିୟା

ବାରିପଦା: ମୟୂରଭଞ୍ଜର କାଇ ପିମ୍ପୁଡ଼ିକୁ ମିଳିବ ଜିଆଇ ମାନ୍ୟତା। ଏ ନେଇ ସବୁଜ ସଙ୍କେତ ମିଳି ସାରିଛି। ଆସନ୍ତା ଡିସେମ୍ବର ୬ ତାରିଖରେ ଭୁବନେଶ୍ବରରେ ଚୂଡ଼ାନ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ। ଯେଉଁଠିରେ ମୟୂରଭଞ୍ଜର ୫ ଜଣ କାଇ ପିମ୍ପୁଡି ଗବେଷକ ଯୋଗ ଦେବେ। ତେଣୁ କାଇ ପିମ୍ପୁଡ଼ି ଯେ ମୟୂରଭଞ୍ଜର ଏ କଥା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

କାଇ ପିମ୍ପୁଡ଼ି ମୁଖ୍ୟତଃ ଜଙ୍ଗଲରେ ବଡ଼ବଡ଼ ଶାଳ, କୁସୁମ, ମହୁଲ, ଜାମୁ ,ଆମ୍ବ ଆଦି ମିଠା ଓ ଫଳନ୍ତି ଗଛରେ ବସା ବାନ୍ଧି ରହିଥାଆନ୍ତି। ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଅଠର ଦେଉଳରେ ବାଥୁଡି ସଂପ୍ରଦାୟର ଲୋକମାନେ ଶହଶହ ବର୍ଷ ତଳେ ବସବାସ କରୁଥିବା ବେଳେ ସେହି ଦିନଠାରୁ ଆଜି ଯାଏଁ କାଇ ପିମ୍ପୁଡ଼ିକୁ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରିବା ଶିଖିଥିଲେ ବୋଲି କହନ୍ତି ଗବେଷକ ଇଂ. ନୟାଧର ପଢିଆଲ। ଆଦିମ ସଭ୍ୟତାରେ କାଇ ପିମ୍ପୁଡ଼ିର ବସାକୁ ନଜର କରି ପାଣିପାଗର ଭବିଷ୍ୟବାଣୀ କରିପାରୁଥିଲେ ଲୋକେ। ଜଙ୍ଗଲରେ କାଇ ପିମ୍ପୁଡ଼ି ଅଧିକ ଅଛନ୍ତି ମାନେ ମାଟି ଉର୍ବର ସହ ମାଟି ତଳେ ପାଣି ରହିଛି ବୋଲି ଲୋକେ ନିଶ୍ଚିତ ହେଉଥିଲେ। ମୟୂରଭଞ୍ଜର ଆଦିବାସୀଙ୍କ ଜୀବନଶୈଳୀ ସହ କାଈ ପିମ୍ପୁଡ଼ିର ସମ୍ପର୍କ ପୁରୁଣା। ଆଉ ଏବେ ଏହାକୁ ଜିଆଇ ମାନ୍ୟତା ମିଳିବାକୁ ଯାଉଥିବାରୁ ଏ ନେଇ ସରକାରଙ୍କ ପାଖରେ ଦାବି ରଖି ଆସୁଥିବା ଶ୍ରୀ ପଢ଼ିଆଲ ଖୁସିବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର