ଗୋପ : ଗୋପ ବ୍ଲକ୍ କୁଶୁପୁରଠାରେ ଅଏଲ୍ ଇଣ୍ତିଆ ତରଫରୁ ତୈଳ ଓ ଗ୍ୟାସ୍ ଉତ୍ତୋଳନ ନିମନ୍ତେ ତିନି ମାସ ତଳେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
/sambad/media/post_attachments/wp-content/uploads/2023/02/gopa-oil-750x360.jpg)
ଆସନ୍ତା ସପ୍ତାହରେ ବୋରିଂ କାର୍ଯ୍ୟ ଚାଲିବ। ବୋରିଂ କାର୍ଯ୍ୟ ନିମନ୍ତେ ୫୦ ରୁ ଊର୍ଦ୍ଧ୍ବ ଇଞ୍ଜିନିୟର ଓ କର୍ମଚାରୀ ଗୋପଠାରେ ପହଞ୍ଚି ସାରିଥିବା ବେଳେ ବିଭିନ୍ନ ପ୍ରକାର ମେସିନ୍ ଆସି ପହଞ୍ଚିସାରିଛି। ମେସିନ୍ ଠିକ୍ ସ୍ଥାନରେ ଲଗାଇବା ପାଇଁ ଏହି କର୍ମଚାରୀମାନେ ପ୍ରସ୍ତୁତି ଚଳାଇଛନ୍ତି। ଏହି କର୍ମଚାରୀମାନଙ୍କ ଲାଗି ଏକ ଡାକ୍ତର ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/gopa2.jpg)