ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁସିର ବିଷୟ ଯେ ଆଜି ଆମ ଦେଶରେ ଶହେ କୋଟି ଟିକାକରଣ ଟପିଛି। ଆମ ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ଲକ୍ଷ ଟିକାକରଣ ହେଇଛି। ଓଡ଼ିଶାରେ ୨୨ ଲକ୍ଷରୁ ଟିକା ଆହୁରି ମହଜୁଦ ଅଛି। ୨୪ ଲକ୍ଷ ଲୋକ ଏବେ ବି ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି।
ଏଣେ ଆସନ୍ତାକାଲିଠାରୁ ଶିଶୁମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମୋଡରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆମ ରାଜ୍ୟରେ କୋଟିଏ ଚାଳିଶି ଲକ୍ଷ ୨ ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି। ଆମେ ପ୍ରସ୍ତୁତ ଅଛୁ, ଯେକୌଣସି ମୁହୂର୍ତ୍ତରେ ଅନୁମତି ମିଳିଲେ, କେନ୍ଦ୍ରରୁ ଆଉ ଟିକା ଆସିଲେ, ଆମେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/2320da77-796b-4204-9d6b-3a3671154b6e.jpg)