ଭୁବନେଶ୍ବର: ଆସନ୍ତାକାଲି ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି।

Advertisment

ସେ କହିଛନ୍ତି,  ଆସନ୍ତାକାଲି ସକାଳ ୮ ଟା ରୁ ଗଣତି ହେବ। ଏଥିଲାଗି ଦୁଇଟି କାଉଣ୍ଟର କରାଯିବ। ୩ ହଲରେ ଗଣତି ହେବ। ୨ଟିରେ ଇଭିଏମ ଓ ଗୋଟିଏ ରେ ଭିଭିପ୍ୟାଟ କାଉଣ୍ଟିଙ୍ଗ ହେବ। ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଣ୍ଟିଙ୍ଗ ଆରମ୍ଭ ହେବ । ସାଢେ ୮ଟାରେ ଇଭିଏମ କାଉଣ୍ଟ ହେବ। ଭୋଟ୍ ଗଣତି ପାଇଁ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ମୋଟ ୧୪ ଟି ଟେବୁଲରେ ଗଣତି ହେବ। ଗୋଟିଏ ହଲରେ ୭ ଟି ଟେବୁଲ ରହିବ। ପ୍ରତି ରାଜନୈତିକ ଦଳ ଏଜେଣ୍ଟ ଦେଇ ପାରିବେ। ଯେତେ ଲୋକ କାଉଣ୍ଟିଙ୍ଗ ସେଣ୍ଟରରେ ରହିବେ, ସମସ୍ତେ ଡବଲ ଡୋଜ କୋଭିଡ୍ ଟିକା ନେଇଥିବେ।

କାଉଣ୍ଟ ରେଜଲ୍ଟ କ୍ୟାମେରା ମାଧ୍ୟମରେ ସ୍କ୍ରିନ ଜରିଆରେ ଲୋକଙ୍କୁ ଦେଖାଯିବ। ପ୍ରତି ରାଉଣ୍ଡର ଗଣତି ଫଳ ପ୍ରକାଶ କରାଯିବ। କାଉଣ୍ଟିଙ୍ଗ ସରିବା ପରେ ୫ ଟି ଭି ଭି ପ୍ୟାଂଟ ଓ ଇଭିଏମ ରେଜଲ୍ଟ  ମ୍ୟାଚ କରାଯିବ।  ଏଥିପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।