ଡୁଙ୍ଗୁରିପାଲିରେ କରୋନା ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି

୧୮ ସଙ୍ଗରୋଧ କେନ୍ଦ୍ର ସଜାଡ଼ିବା ପାଇଁ ସରପଞ୍ଚ ଓ ପିଇଓଙ୍କୁ ବିଡିଓଙ୍କ ନିର୍ଦ୍ଦେଶ

ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ବ୍ଲକ୍‌ରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବ୍ଲକ୍‌ର ୧୮ଟି ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ପକ୍ଷରୁ ଦିଆଯାଇଥିବା ଚିଠିରେ ୧୮ ଟି ପଞ୍ଚାୟତର ଟିଏମ୍‌ସି ଦାୟିତ୍ବରେ ଥିବା ସରପଞ୍ଚ ଓ ପିଇଓଙ୍କୁ ନିଜ ନିଜ ୟୁପି ସ୍କୁଲରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡ଼ିକ ସଫା ସୁତୁରା ରଖି ସଜାଡ଼ିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅତ୍ୟନ୍ତ ଜରୁରୀ ବୋଲି ବିଡିଓ ପରାମର୍ଶ ଦେଇଛନ୍ତି।

ୟୁପି ସ୍କୁଲରେ ଖୋଲିଥିବା ଟିଏମ୍‌ସି କେନ୍ଦ୍ର ଗୁଡ଼ିକ ହେଲା ଅନ୍ଧାରୀବାଞ୍ଜୀ, ବଡ଼କର୍ଲେ, ବୈଦୁପାଲି, ବନ୍ଧପାଲି, ବେହେରାମାଲ, ଭୀମଟିକିରା, ଚେରୁପାଲି, ଚିନାଯୁରୀ ଓ ଖୁଣ୍ଟପାଲି, ଡୁଙ୍ଗୁରିପାଲି, କପାସିରା ଓ ଡାହୁକବୁଡ଼, ପଣ୍ଡକିଟାଲ ଓ ବୈରାଗିମୁଣ୍ଡା, ବାଳକ ବିଦ୍ୟାଳୟ ରାମପୁର, ସର୍ଗୁଲ, ଶୁଖା ଓ ଟାଙ୍ଗରକର୍ଲେ। ଏହି ୧୮ଟି ସଙ୍ଗରୋଧ କେନ୍ଦ୍ରମାନଙ୍କରେ ୭୮୪ ଟି ଶଯ୍ୟାର କ୍ଷମତା ଥିବା ବେଲେ ୪୫୪ ଟି ଶଯ୍ୟା ଥିବା ଚିଠିରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର