ସମ୍ବଲପୁର : ଆସନ୍ତା ୨୮ ତାରିଖ ସମ୍ବଲପୁରର କମିସନର୍ କଲୋନି ଗାନ୍ଧୀ ପାର୍କରେ ସାହିତ୍ୟ ପତ୍ରିକା ‘ଜୁଗାର୍’ର ନବମ ବାର୍ଷିକ ସଂସ୍କରଣର ଉନ୍ମୋଚନ କରାଯିବ। ଏହି ଅବସରରେ ଭବ୍ୟ ଜୁଗାର୍ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସମ୍ବଲପୁର ‘ସମ୍ବାଦ’ ଭବନରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ଉପମହାପ୍ରବନ୍ଧକ ସୁବ୍ରତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଗୋକୁଳ ମେହେର, ଡ.ବିଜୟ ପ୍ରଧାନ, ସୁଧୀର ପୂଜାରୀ ପ୍ରମୁଖ ମଞ୍ଚାସୀନ ରହି ସୁଚିନ୍ତିତ ମତାମତ ଦେଇଥିଲେ। ବୈଠକରେ ଉପସ୍ଥିତ ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଦେଶରେ ପ୍ରତିଷ୍ଠିତ ଏହି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ହେବାକୁ ଥିବାବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଲୋକପ୍ରିୟ କଳାକାର ଭାଗନେବେ। ତେଣୁ ଲୋକଙ୍କ ପ୍ରବଳ ଭିଡ଼ ଜମିବା ସମ୍ଭବନା ଥିବାରୁ କାର୍ଯ୍ୟକ୍ରମକୁ ଶୃଂଖଳିତଭାବେ ଆୟୋଜନ କରିବା ସଂପର୍କରେ ଆଲୋଚନା ହୋଇଥିଲା। ପ୍ର. ଗିରିଜା ଶଂକର ଶର୍ମା, ଗୁଣରଂଜନ ସାଲିମା, ଲଳିତ ବେବର୍ତ୍ତା, ସଂଜୟ ବଗର୍ତ୍ତୀ, ସତ୍ୟ ନାରାୟଣ ଠାକୁର, ବୋଧରାମ ଦାଶ, ଭୋଳା ମହତ୍ତମ, ହୀରାଲାଲ ବେହେରା, ସାହେବ ଖମାରୀ, କିଶୋର ପ୍ରଧାନ, ଅନ୍ନପୂର୍ଣ୍ଣା ବାରିକ, କାର୍ତ୍ତିକ ବହିଦାର, ବିଭୂତି ପଟ୍ଟନାୟକ, ସୁଧୀର ବହିଦାର, ଦୁଲାଲ ଚନ୍ଦ୍ର ପ୍ରଧାନ, ଭକ୍ତ ପ୍ରସାଦ ନନ୍ଦ, ଗୋଲକ ବିହାରୀ ମିଶ୍ର, ଜଗବନ୍ଧୁ ବେହେରା, କମଳ ଲୋଚନ ପଣ୍ଡା, ବିକାଶ ମିଶ୍ର, ମମତା ନାଥ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ଶେଷରେ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ରଖିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ‘ସମ୍ବାଦ’ର ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସନାଉଲ୍ଲା, ଡୋଳାମଣି ମେହେର, ସଂଜୟ ଷଡ଼ଙ୍ଗୀ, ତ୍ରିଲୋଚନ ତ୍ରିପାଠୀ, ରାମଦାସ ପଣ୍ଡା, ପ୍ରିୟଦର୍ଶୀ ଅମିତାଭ ଷଡ଼ଙ୍ଗୀ, ଲିଂଗରାଜ, ସ୍ବାମୀଦାସ ସାହୁ, ସୁନୀଲ ସାହୁ, ଅମର ତାଣ୍ଡିଆ, ମନୋଜ ମହାପାତ୍ର, କ୍ଷେତ୍ରମଣି ବିଭାର, ଜୟକୃଷ୍ଣ ବେହେରା, ଡ. ଗୋବିନ୍ଦ ମହାରଣା, ଅନିତା ବାଗ, କବିତା ବାଗ, ଗୌରୀଶଂକର ମିଶ୍ର, ରାଧାମାଧବ ବହିଦାର, ଜୟରାମ ବଣିଆ, ରାଧାକାନ୍ତ ବହିଦାର, ବାବଲୁ ଦାଶ, ଶିଶିର ବହିଦାର, କୁନ୍ଦନ ପ୍ରଧାନ, ପ୍ରଫୁଲ୍ଲ ହୋତା, ପରେଶ ଦାନୀ, ଗୋବିନ୍ଦ ଅଗ୍ରୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ।