ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଶାନ୍ତିସ୍ତୁପ ଧଉଳି ଏବଂ ଏହାର ଆଖପାଖ ଅଞ୍ଚଳର ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏହାର ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ୫ କୋଟି ଟଙ୍କାର ଅନୁଦାନ ଦେଇଥିଲେ, ତାହାର ସଠିକ୍ ବିନିଯୋଗ ହୋଇ ନ ଥିବାର ଅଭିଯୋଗ ଆଣିଛନ୍ତି ସାଂସଦ।
ସେ ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗତ ନଭେମ୍ବର ୧୫ ତାରିଖରେ କଳିଙ୍ଗ ନିପନ୍ ବୁଦ୍ଧ ସଙ୍ଘର ନିମନ୍ତ୍ରଣ କ୍ରମେ ଏହି ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିଥିଲେ ଏବଂ ସଙ୍ଗଠନର ସଦସ୍ୟ ତଥା ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ରାଜ୍ୟର ଏହି ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଏବଂ ଧଉଳି ପାଇଁ ଏକ ସାମଗ୍ରିକ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇ ନଥିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି। ଧଉଳି ଉନ୍ନୟନ କମିଟି ନିକଟରେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ିରହିଥିବା ଦର୍ଶାଇ ଏହି ଅର୍ଥକୁ ଶାନ୍ତିସ୍ତୁପର ରକ୍ଷଣାବେକ୍ଷଣ ପାଇଁ ବିନିଯୋଗ କରାଯିବା ଲାଗି ସାଂସଦ ଦାବି କରିଛନ୍ତି। କରଣ ଗ୍ରୋଭର ଆଣ୍ଡ ଆସୋସିଏଟ୍ସ ଦ୍ବାରା ପ୍ରସ୍ତୁତ ବ୍ୟାପକ ବିକାଶ ଯୋଜନାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Aparajita-Writes-Letter-to-CM-For-Dhauli-Development_Thumbnail.jpg)