ନରେନ୍ଦ୍ରରୁ ଉଠିଲେ ନନ୍ଦା-ଭଦ୍ରା, ବୈଜୟନ୍ତୀ

ଚନ୍ଦନଯାତ୍ରା ପାଇଁ ସଜେଇ ହେବେ

ପୁରୀ : ଏପ୍ରିଲ୍‌ ୧୮ରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଏହାକୁ ଧୂମ୍‌ଧାମ୍‌ରେ ପାଳନ ନେଇ ଆଜିଠୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ଚାପଖେଳ ପୂର୍ବରୁ ସଜେଇ ହେବା ପାଇଁ ବର୍ଷେ ଧରି ପାଣିରେ ବୁଡ଼ି ରହିଥିବା ନନ୍ଦା-ଭଦ୍ରା ଓ ବୈଜୟନ୍ତୀ ଡଙ୍ଗା ଆଜି ଉପରକୁ ଉଠିଛନ୍ତି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵରେ ବସନ୍ତ ଭୋଇ, ଧୃବ ଭୋଇ, ବିଷ୍ଣୁ ଭୋଇଙ୍କ ସମେତ ୩୦ରୁ ଅଧିକ ବ୍ୟକ୍ତି ଏହି ୫ଟି ଡଙ୍ଗାକୁ ଉଠାଇଛନ୍ତି। ପ୍ରଥା ଅନୁଯାୟୀ, ୨ଟି ଲେଖାଏଁ ଡଙ୍ଗା ଯୋଡ଼ା ଯାଇ ନନ୍ଦା ଓ ଭଦ୍ରା ପ୍ରସ୍ତୁତ ହେବେ। ଏଥିରେ ଠାକୁର ବସି ଚାପ ଖେଳିବେ। ଚାପ ଖେଳିବା ସମୟରେ ବୈଜୟନ୍ତୀ ଡଙ୍ଗା ଆଗରେ ଯିବାକୁ ଥିବା ବେଳେ ନନ୍ଦା ଓ ଭଦ୍ରା ତାକୁ ଅନୁଧାବନ କରିବେ। ୧୮ ତାରିଖରୁ ୨୧ ଦିନ ଧରି ଏହି ଚନ୍ଦନଯାତ୍ରା ଚାଲିବ।

ସମ୍ବନ୍ଧିତ ଖବର