ମାରାତ୍ମକ କରୋନାଭାଇରସ୍ ସଂକ୍ରମଣ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ରହିଛି ଏଭଳି ପ୍ରସ୍ତୁତି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କରୋନା ଭାଇରସ୍ ‘କୋଭିଡ-୧୯’ର  ସଂକ୍ରମଣକୁ ରୋକିବା ଲାଗି ସରକାର ‌କେତେଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ନିମ୍ନରେ କରୋନା ସଂକ୍ରମଣ ନେଇ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ରାଜ୍ୟ ସରକାର ନିମ୍ନୋକ୍ତ ପଦକ୍ଷେପ ନେଇଛନ୍ତି।

୧. କରୋନାଭାଇରସ୍‌ ନେଇ ଲୋକମାନଙ୍କ ପାଇଁ ୨୪ X୭ ହେଲପ୍‌ଲାଇନ୍‌ ନମ୍ବର
ଜାରି କରାଯାଇଛି। ୦୬୭୪-୨୩୯୦୪୬୬ , ୯୪୩୯୯୯୪୮୫୭, ୯୪୩୯୯୯୪୮୫୯ରେ ଫୋନ୍‌ କରି ନିଜର ଅସୁବିଧା ଜଣାଇ ପାରିବେ।

୨. ପ୍ରମୁଖ  ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଏବଂ କ୍ୟାପିଟାଲ୍‌ ହସ୍ପିଟାଲରେ କୋରାନା ସନ୍ଦିଗ୍ଧ ଓ ରୋଗୀଙ୍କ ପାଇଁ ଆଇସୋଲେସନ୍‌ ଓ୍ଵାର୍ଡ ଓ ଭେଣ୍ଟିଲେଟର ରଖାଯାଇଛି।

୩. ବିମାନ ବନ୍ଦର ଏବଂ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି।

Image result for Preparedness by the state government
The Hans India

୪. ଭୁବନେଶ୍ୱରର ଆରଏମ୍‌ଆରସି (ରିଜନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର)ରେ ରକ୍ତ ପରୀକ୍ଷା ସୁବିଧା ଆରମ୍ଭ ହୋଇସାରିଛି ।

୫. ତାଲିମପ୍ରାପ୍ତ ରାଜ୍ୟ ତଥା ଜିଲ୍ଲା ରାପିଡ୍‌ ରେସପନ୍‌ସ ଦଳ (ଆରଆରଟି) କରୋନା ଚିହ୍ନଟ କରିବା ସହିତ ଯୋଗାଯୋଗ ଅନୁସନ୍ଧାନ ପାଇଁ ପସ୍ତୁତ ଅଛନ୍ତି।

୬. କେବଳ ଏତିକି ନୁହେଁ, ସମସ୍ତ ସ୍କୁଲ, ବିଭାଗ / କର୍ପୋରେଟ୍‌ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଓ କାର୍ଯ୍ୟ ସ୍ଥାନକୁ ପରାମର୍ଶଦାତା ପ୍ରଦାନ କରାଯାଇଛି ।

୭. କୋଭିଡ-୧୯ର ମନିଟରିଂ ଏବଂ ତଦାରଖ କାର୍ଯ୍ୟକଳାପ ପାଇଁ ଜିଲ୍ଲାପାଳମାନଙ୍କୁ ଜିଲ୍ଲା ମୁଖ୍ୟ ଭାବରେ ମନୋନୀତ କରାଯାଇଛି ।

ସମ୍ବନ୍ଧିତ ଖବର