ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମହାସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମହାତ୍ମା ଗାନ୍ଧୀ ମାର୍ଗଠାରେ ଆୟୋଜିତ ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ଣ ୯ଟାରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ୍‌କୁ ସରସ ସୁନ୍ଦର ଭାବେ ପାଳନ କରିବା ପରିପ୍ରେକ୍ଷୀରେ ଚଳିତବର୍ଷ ପ୍ୟାରେଡ୍‌ରେ ୧୨୦ ବାଟାଲିଅନ୍‌ ପାଇପ୍‌ ବ୍ୟାଣ୍ଡ, ଇନ୍‌ଫ୍ୟାଣ୍ଟ୍ରି ବାଟାଲିଅନ୍‌, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ, ଆରପିଏଫ, ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ ବାହାନୀର ସପ୍ତମ ବାଟାଲିଅନ, ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ, ଏପିଆର, ଓଡ୍ରାଫ, ମହିଳା ଟ୍ରାଫିକ ପୁଲିସ, ଅଗ୍ନିଶମ ସେବା, ପୁରୁଷ ହୋମଗାର୍ଡ, ଓଏମସି ସୁରକ୍ଷା ବଳ ସମେତ ବରିଷ୍ଠ ଏନସିସି ବାଳକ ଓ ବାଳିକା ବିଭାଗ, ସେଣ୍ଟଜନ ଆମ୍ବୁଲାନ୍ସ, ବରିଷ୍ଠ ସ୍କାଉଟ୍‌ ଆଣ୍ଡ ଗାଇଡ, କନିଷ୍ଠ ଏନସିସି ବାଳକ ଓ ବାଳିକା ବିଭାଗ, ରେଡକ୍ରସ ସ୍ୱେଚ୍ଛାସେବୀ ବାହିନୀ ଆଦି ଦଳ ପରେଡ୍‌ରେ ଭାଗ ନେବେ।

ସଚିବାଳୟ, ଓଡ଼ିଶା ବିଧାନସଭା, ରାଜୀବ ଭବନ, ରବୀନ୍ଦ୍ର ମଣ୍ଡପ, ଜୟଦେବ ଭବନ ଓ ପୁଲିସ କମିସନର କାର୍ଯ୍ୟାଳୟ ଆଦି ନିର୍ମାଣ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଲୋକୀକରଣ କରାଯିବ।

ସମ୍ବନ୍ଧିତ ଖବର