ପ୍ରେରଣା ପକ୍ଷରୁ ପୁରୀରେ ସମୁଦ୍ରକୂଳ ସଫେଇ ୨୦ରେ

ଭୁବନେଶ୍ୱର : ଜନସଚେତନତା ସୃଷ୍ଟି ପାଇଁ ପ୍ରେରଣା ଗ୍ରୀନ୍‌ ଆର୍ମି ପକ୍ଷରୁ ଚଳିତ ଅକ୍ଟୋବର ମାସ ୨୦ ତାରିଖ ସକାଳ ୧୦ ଘଟିକା ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଏକ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ସମ୍ବର୍ଦ୍ଧନା ସହ ଏକ ସଚେତନତା ଶୋଭାଯାତ୍ରା ଶ୍ରୀମନ୍ଦିରଠାରୁ ବାହାରିବ। ସେହିପରି ମଧ୍ୟାହ୍ନ ଭୋଜନ ପରେ ସମୁଦ୍ରକୂଳ ସଫେଇ କରାଯିବ। ଏହି ସମାବେଶରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ବୁଦ୍ଧିଜୀବୀ, ପରିବେଶବିତ୍‌, ସାମ୍ବାଦିକ ଯୋଗ ଦେବେ।

ଏ ସଂପର୍କରେ ସବି‌େଶଷ ତଥ୍ୟ ପାଇଁ ବଦ୍ରି ମିଶ୍ର-୯୮୬୧୧୮୬୪୦୦, ମଧୁସୂଦନ ମିଶ୍ର – ୭୯୭୮୦୬୬୫୬୦ କିମ୍ବା ଶ୍ୟାମପ୍ରକାଶ ସେନାପତି-୯୩୩୮୧୯୪୪୦୦ ଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ। ନିଜ ବ୍ୟକ୍ତିଗତ କାର୍ଯ୍ୟର କିଛି ତଥ୍ୟ ଦେବାକୁ ଚାହିଁଲେ ଡାକ ଯୋଗେ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ଘର ନଂ ୨ ଆର୍‌ବି, ୨/୮, ୟୁନିଟ୍‌-୮, ଗୋପବନ୍ଧୁଛକ, ଭୁବନେଶ୍ବର ଠିକଣାରେ ପଠାଇ ପାରିବେ ବୋଲି ବରମୁଣ୍ଡା ହୋଟେଲ ଚନ୍ଦନଠାରେ ଆ‌ୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରେରଣା ଗ୍ରୀନ୍‌ ଆର୍ମିର କମାଣ୍ଡର ଇନ୍‌ ଚିଫ୍‌ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଭିନେତା ସବ୍ୟସାଚୀ ମିଶ୍ର, ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ଋଷି ପଟ୍ଟନାୟକ ଓ ନୀରଦ ଖୁଣ୍ଟିଆ ପ୍ରମୁଖ କହିଛନ୍ତି। ଏଥିରେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରୀ ବିଧାୟକ ଲଳିତେନ୍ଦୁ ମହାପାତ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ଜିଲ୍ଲାପାଳ, ଏସ୍‌ପି, ଡିଏଫ୍‌ଓ ଯୋଗଦାନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର